ଛୁରୀ ଦେଖାଇ ଅଭିନେତ୍ରୀଙ୍କ ଠାରୁ ଲୁଟ

SHARE NOW :
ନୂଆଦିଲ୍ଲୀ ୧୧.୯( ଲାଇଭ୍ ଓଡିଶା ନ୍ୟୁଜ୍): ଅଭିନେତ୍ରୀ ତଥା ମଡେଲ୍ ଅଳଂକୃତା ସହାୟଙ୍କୁ ଛୁରୀ ଦେଖାଇ କିଛି ଦୁର୍ବୃତ୍ତ ସାଢ଼େ ୬ ଲକ୍ଷ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି। ଗତ ମଙ୍ଗଳବାର ଚଣ୍ଡିଗଡ଼ର ସେକ୍ଟର ୨୭ ସ୍ଥିତ ଅଳଂକୃତାଙ୍କ ଘରେ ଦିନ ୧୨ଟା ବେଳେ ଘଟିଛି ଏହି ଘଟଣା। ଏନେଇ ସେ ଥାନାରେ ଏତଲା ଦେବା ପରେ ପୁଲିସ୍ ପକ୍ଷରୁ ଲୁଟେରା ମାନଙ୍କୁ ଧରିବାକୁ ପ୍ରୟାସ ଆରମ୍ଭ ହୋଇଛି।
ଅଭିଯୋଗ ଅନୁଯାୟୀ, ଅଳଂକୃତାଙ୍କ ଘରେ ୩ ଜଣ ଲୁଟେରା ପଶିଥିଲେ। ସେମାନେ ତାଙ୍କୁ ଛୁରୀ ଦେଖାଇ ମାରି ଦେବାକୁ ଧମକ ଦେଇଥିଲେ। ତା’ପରେ ତାଙ୍କୁ ବନ୍ଧକ ବନାଇ ସାଢ଼େ ୬ ଲକ୍ଷ ଟଙ୍କା ନେଇ ବାଲକୋନୀ ରୁ ଡେଇଁ ଫେରାର ହୋଇଯାଇଥିଲେ।
ତିନି ମହାଲା ବିଶିଷ୍ଟ ଫ୍ଲାଟର ଦ୍ୱିତୀୟ ମହଲାରେ ସେ ରହନ୍ତି। ତାଙ୍କ ସହିତ ତାଙ୍କ ବାପା ମା’ ବି ରହନ୍ତି। ତେବେ ଏହି ଘଟଣା ବେଳେ ଅଭିନେତ୍ରୀ ଘରେ ଏକୁଟିଆ ଥିଲେ। ସିସିଟିଭି ଫୁଟେଜ୍ ଆଧାରରେ ଲୁଟେରା ମାନଙ୍କୁ ପୁଲିସ୍ ଖୁବ ଶୀଘ୍ର ଗିରଫ କରିବ ବୋଲି ଜଣାଇଛି ।
ସୂଚନାଯୋଗ୍ୟ, ୨୦୧୪ରେ ଅଳଂକୃତା ‘ମିସ୍ ଇଣ୍ଡିଆ ଆର୍ଥ’ ଟାଇଟଲ ଜିତିଥିଲେ। ସେ ଲଭ୍ ପର୍ ସ୍କୋୟାର ଫିଟ୍’ ଓ ‘ନମସ୍ତେ ଲଣ୍ଡନ’ ଆଦି ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି ।