FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଏନ୍‌ସିବି ଟାର୍ଗେଟରେ ଆର୍ଯ୍ୟନ୍ ଖାନ୍‌

ଏନ୍‌ସିବି ଟାର୍ଗେଟରେ ଆର୍ଯ୍ୟନ୍ ଖାନ୍‌

ଡ୍ରଗ୍ସ ପାର୍ଟି ମାମଲା: ଆଜି ଆର୍ଯ୍ୟନଙ୍କ ଜାମିନ ଆବେଦନର ହେବ ଶୁଣାଣୀ
SHARE NOW :

ମୁମ୍ବାଇ(ଲାଇଭ ଓଡିଶା ନ୍ୟୁଜ): ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନକୁ ବିରୋଧ କରିଛି ଏନସିବି । ଆଜି ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ କୋର୍ଟରେ ନିଜର ଉତ୍ତର ଦାଖଲ କରି କହିଛି ଯେ, ଯଦିଓ ସେମାନଙ୍କ ନିକଟରୁ ଡ୍ରଗ୍ସ ଉଦ୍ଧାର କରାଯାଇ ନାହିଁ, କିନ୍ତୁ ଆର‌୍ୟନ୍ ସମେତ ସମସ୍ତ ଅଭିଯୁକ୍ତ ଏହି ଷଡଯନ୍ତ୍ରରେ ଜଡିତ ଅଛନ୍ତି। ଏନସିବି କହିଛି ଯେ ବିଦେଶରେ ହୋଇଥିବା କାରବାର ସହ ଜଡିତ ତଦନ୍ତ କରାଯାଉ ଏବଂ ତଦନ୍ତ ଚାଲିଛି। ଏଥିପାଇଁ ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ପଚରାଉଚରା ପାଇଁ ଏନସିବି ଚଳଚ୍ଚିତ୍ର ନିର୍ମାତା ଇମତିଆଜ ଖତ୍ରୀଙ୍କୁ ଡକାଇଛି। ତାଙ୍କୁ ତୃତୀୟ ଥର ପାଇଁ ଏନସିବି ଡକାଯାଇଛି। ଏନସିବି ଏହା ମଧ୍ୟ କହିଛି ଯେ ଶାହରୁଖ ଖାନଙ୍କ ପୁଅ ଆର‌୍ୟ୍ୟନ ଖାନ ଜାହାଜରେ ଡ୍ରଗ୍ସ ଖାଇଥିଲେ। ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ (ଘଊଚଝ) ଅଧିନିୟମ, ୧୯୮୫ ଅନୁଯାୟୀ ଏହା ଭାରତରେ ଏକ ଅପରାଧ।

Leave a Reply

Your email address will not be published. Required fields are marked *

Related Posts