FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଆର୍ଯ୍ୟନ୍ ଖାନଙ୍କ ବେଲକୁ ନେଇ ଆଜି ହେବ ଶୁଣାଣୀ

ଆର୍ଯ୍ୟନ୍ ଖାନଙ୍କ ବେଲକୁ ନେଇ ଆଜି ହେବ ଶୁଣାଣୀ

ଆର୍ଯ୍ୟନ୍ ଖାନଙ୍କ ବେଲକୁ ନେଇ ଆଜି ହେବ ଶୁଣାଣୀ
SHARE NOW :

ମୁମ୍ବାଇ(ଲାଇଭ ଓଡିଶା ନ୍ୟୁଜ): ଆଜି ଡ୍ରଗ୍ସ ମାମଲାର ଛନ୍ଦି ହୋଇଯାଇଥିବା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ । ଆର‌୍ୟନଙ୍କ ବେଲକୁ ନେଇ ଆଜି ଶୁଣାଣୀ ହେବ । ଏନସିବି ଡ୍ରଗ୍ସ ମାମଳାକୁ ନେଇ ତଦନ୍ତ ଜାରୀ ରଖିଥିବା ବେଳେ ଆର୍ଯ୍ୟନଙ୍କ ଫୋନରୁ ମିଳିଛି ବଡ ସୁରାକ । ଜଣେ ବଲିଉଡ ଅଭିନେତ୍ରୀଙ୍କ ସହ ଡ୍ରଗ୍ସ କାରବାରକୁ ନେଇ ଚାଟରେ ଚର୍ଚ୍ଚା ହୋଇଛି । ଏହି ଡ୍ରଗ୍ସ ଚାର୍ଟକୁ ଏନସିବି କୋର୍ଟରେ ହସ୍ତାନ୍ତର କରିଛି । ଏହାକୁ ଆଧାର କରି ଏଜେନ୍ସି ଆର‌୍ୟନ ଜାମିନକୁ ବିରୋଧ କରିପାରେ। ରିପୋର୍ଟ ଅନୁଯାୟୀ, ଏନସିବି ଆର‌୍ୟନ ଅଭିନେତ୍ରୀଙ୍କ ସହ ଡ୍ରଗ୍ସ ସଂକ୍ରାନ୍ତରେ କିଛି ଚାଟ୍ କରିଥିଲା। ଏହାକୁ ଆଉ କିଛି ସମୟ ପାଇଁ ଆର‌୍ୟନଙ୍କ ହେପାଜତକୁ ବୃଦ୍ଧି କରିବାକୁ କୋର୍ଟରେ ପ୍ରମାଣ ଭାବରେ ଏଜେନ୍ସି ଉପସ୍ଥାପନ କରିଛି। ଏଜେନ୍ସି କହିଛି ଯେ ମୁମ୍ବାଇରେ ଆୟୋଜିତ କ୍ରୁଜ୍ ପାର୍ଟିରେ ଆର‌୍ୟ୍ୟନ୍ ଅଭିନେତ୍ରୀ ସହ ଡ୍ରଗ୍ସ ବିଷୟରେ କଥାବାର୍ତ୍ତା କରିଥିଲେ। ଏହାର କିଛି ସମୟ ପରେ ଏନସିବି ଆର‌୍ୟ୍ୟନ୍ଙ୍କୁ ଗିରଫ କରିଥିଲା। ୨ ଅକ୍ଟୋବରରେ ଆର‌୍ୟ୍ୟନ୍ଙ୍କ ବ୍ୟତୀତ ଅନ୍ୟ ୭ ଜଣଙ୍କୁ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *

Related Posts