- Home
- »
- Breaking News
- »
- ଆର୍ଯ୍ୟନଙ୍କ ଜାମିନକୁ ନେଇ ଆଜି ହେବ ଶୁଣାଣୀ
ଆର୍ଯ୍ୟନଙ୍କ ଜାମିନକୁ ନେଇ ଆଜି ହେବ ଶୁଣାଣୀ

SHARE NOW :
ମୁମ୍ବାଇ(ଲାଇଭ ଓଡିଶା ନ୍ୟୁଜ): ଆର୍ଯ୍ୟନଙ୍କୁ ଆଜି ବେଲ ନାଁ ଜେଲ । ଏନେଇ ଆଜି ପୁଣି ହେବ ଶୁଣାଣୀ । ଡ୍ରଗ୍ସ ମାମଲାରେ ଫସିଥିବା ଶାହାରୁଖ ଖାନଙ୍କ ପୁଅଙ୍କୁ ଆଜି ଜାମିନ ମିଳିବକି ନାହିଁ ଏନେଇ ମୁମ୍ବାଇର ସ୍ୱତନ୍ତ୍ର ଏନସିପିଏସ କୋର୍ଟରେ ଶୁଣାଣୀ ହେବ । ଗତକାଲିର ଶୁଣାଣିକୁ ଆଜିକୁ ଘୁଂଚାଇଦିଆଯାଇଥିଲା ।ତେବେ ଆଜି ଦିନ ୧୧ଟାରେ ଏହି ଗଟଣାର ଶୁଣାଣୀ ହେବ । ଗତକାଲି ଶୁଣାଣି ବେଳେ ଆର୍ୟନଙ୍କ ବେଲକୁ ବିରୋଧ କରିଥିଲା ଏମସିବି । କୋର୍ଟରେ ଏନସିବି ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ୍ ଯୁକ୍ତି ରଖିଥିଲେ ଯେ, ଆର୍ୟନଙ୍କ ମୋବାଇଲର ହ୍ୱାଟ୍ସଆପ୍ ଚାର୍ଟରୁ ଡ୍ରଗ୍ସ କାରବାରରେ ବିଦେଶୀ ଲିଙ୍କ ନେଇ ତଥ୍ୟ ମିଳିଛି । ଅଧିକ ତଦନ୍ତର ଆବଶ୍ୟକତା ରହିଛି । ତାଙ୍କୁ ବେଲ୍ ଦେଲେ ସେ ପ୍ରମାଣ ନଷ୍ଟ କରିବା ସହ ସାକ୍ଷୀଙ୍କୁ ପ୍ରଭାବିତ କରିବା ଆଶଙ୍କା ଥିବା କହିଥିଲେ ଏନସିବି । ଏଯାଏ ଏନସିବି ଏହି ମାମଲାରେ ୨ଜଣ ବିଦେଶୀ ନାଗରିକଙ୍କ ସମେତ ୨୦ ଜଣଙ୍କୁ ଗିରଫ କରିଛି । ଅଧିକ ଖୋଳତାଡ ଓ ରେଡ୍ ଜାରି ରହିଛି ।