FOLLOW US ON SOCIAL

  1. Home
  2. »
  3. ଅପରାଧ
  4. »
  5. ଦୁର୍ନିତୀକୁ ବିରୋଧ କଲେ ବୋଲି ସାମ୍ବାଦିକଙ୍କୁ ଜିଅନ୍ତା ଜାଳିଦେଲେ

ଦୁର୍ନିତୀକୁ ବିରୋଧ କଲେ ବୋଲି ସାମ୍ବାଦିକଙ୍କୁ ଜିଅନ୍ତା ଜାଳିଦେଲେ

ଦୁର୍ନିତୀକୁ ବିରୋଧ କଲେ ବୋଲି ସାମ୍ବାଦିକଙ୍କୁ ଜିଅନ୍ତା ଜାଳିଦେଲେ
SHARE NOW :

ଲାଇଭଓଡିଶା ବ୍ୟୁରୋ :ପ୍ରତ୍ୟେକ ଦିନ ଖବର ଯୋଗାଉଥିବା ସାମ୍ବାଦିକଟିଏ ଯଦି ନିଜେ ଖବର ପାଲଟିଯାଏ ତେବେ ତାହା ଅତ୍ୟନ୍ତ ଦୁଃଖଦ ଘଟଣା । ହୁର୍ନୀତି ବିରୋଧରେ ସ୍ୱର ଉଠାଇବାରୁ ସାମ୍ବାଦିକଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଥିବା ଖବର ପ୍ରସାରଣ ହେଉଛି । କିନ୍ତୁ ସାମ୍ବାଦିକଙ୍କୁ ଜିଅନ୍ତା ଜାଳିଦେବା ଖବର ବଡ ଚିନ୍ତାର ବିଷୟ ।ଏଭଳି ଅଭିଯୋଗ ଆସିଛି ବିହାରରୁ । ମଧୁବନି ଜିଲ୍ଲାର ବେନିପଟ୍ଟି ଉପଖଣ୍ଡରେ ଏକ ନ୍ୟୁଜ୍ ପୋର୍ଟାଲ ବିଏନ୍ଏନ୍ ନ୍ୟୁଜ୍ ବେନିପଟ୍ଟିରେ କାମ କରୁଥିଲେ ୨୨ ବର୍ଷିୟ ବୁଦ୍ଧିନାଥ ଝା । ବିଗତ ୨ ବର୍ଷ ହେଲା ସାମ୍ବାଦିକ ଭାବେ କାମ କରୁଥିଲେ ବୁଦ୍ଧିନାଥ । ତାଙ୍କ ରିପୋର୍ଟ ପରେ ପ୍ରଶାସନ ବେନିପଟ୍ଟିର ୪ଟି ନର୍ସିଂ ହୋମ୍ ଉପରେ କିଛି ମାସ ତଳେ ପ୍ରଶାସନ ରେଡ୍ କରିବା ସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଲଗାଇ ଥିଲା । ବୁଦ୍ଧିନାଥ ଝା ଘରୋଇ ନର୍ସିଂ ହୋମ୍ ବିରୋଧରେ ନିୟମିତ ଖବର ପ୍ରକାଶନ କରୁଥିଲେ । ନଭେମ୍ୱର ୭ ତାରିଖରେ ଫେସବୁକରେ ଲେଖିଥିଲେ ୧୫ ତାରିଖରୁ ଖେଳ ଆରମ୍ଭ ହେବ । ଏହି ପୋଷ୍ଟ ପରେ ନଭେମ୍ବର ୯ରେ ବୁଦ୍ଧିନାଥ ନିଖୋଜ ହୋଇ ଯାଇଥିଲେ । ଅପହରଣ ନେଇ ଅଭିଯୋଗ ପରେ ମାମଲା ରୁଜୁ କରିଥିଲା ପୋଲିସ । ସିସିଟିଭି ଫୁଟେଜ୍ ଅନୁସାରେ, ବୁଦ୍ଧିନାଥ ରାତି ୯ଟା ୫୮ରେ ଘରୁ ବାହାରିଥିଲେ । ଘର ଆଗ ଗଳିରେ ଫୋନରେ କଥା ହେଉଥିଲେ । ଏହାପରେ ରାତି ୧୦ଟା ୧୦ରେ ଶେଷ ଥର ପାଇଁ ବଜାରରେ ଦେଖିବାକୁ ମିଳିଥିଲା । ପୋଲିସ ବୁଦ୍ଧିନାଥଙ୍କ ମୋବାଇଲ୍ ଟ୍ରେସ୍ କରିଥିଲା । ଯାହା ବେନିପାଟ୍ଟି ଥାନା ଠାରୁ ୫ କିଲୋମିଟର ଦୂର ଗାଁ ଥିଲା । ସେଠାରେ ପୋଲିସ ପହଞ୍ଚିଥିଲେ ବି କିଛି ସୁରାକ୍ ମିଳି ନଥିଲା । ୧୨ ତାରିଖରେ ଫୋନ୍ ଆସିଥିଲା ଏକ ଅଜଣା ଶବ ମିଳିଛି । ଅର୍ଦ୍ଧଦଗ୍ଧ ମୃତଦେହଙ୍କୁ ବୁଦ୍ଧିନାଥଙ୍କର ବୋଲି ପରିବାର ଲୋକ ଚିହ୍ନଟ କରିଥିଲେ । ଏହି ଘଟଣା ପରେ ପରିବାର ଲୋକଙ୍କ ଅଭିଯୋଗ ଏହା ନିଶ୍ଚିତ ସେହି ମେଡିକାଲ କ୍ରମଚାରୀ ଏବଂ କତ୍ତୃପକ୍ଷଙ୍କ କାରନାମା । ଅଧିକ ତଦନ୍ତପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ।

Leave a Reply

Your email address will not be published. Required fields are marked *

Related Posts