FOLLOW US ON SOCIAL

  1. Home
  2. »
  3. ଅପରାଧ
  4. »
  5. ସାଲିଆସାହିରେ ଦେଶୀ ମଦ କାରଖାନାରେ ଅବକାରୀ ବିଭାଗର ଚଢାଉ, ୭ ଗିରଫ

ସାଲିଆସାହିରେ ଦେଶୀ ମଦ କାରଖାନାରେ ଅବକାରୀ ବିଭାଗର ଚଢାଉ, ୭ ଗିରଫ

ସାଲିଆସାହିରେ ଦେଶୀ ମଦ କାରଖାନାରେ ଅବକାରୀ ବିଭାଗର ଚଢାଉ, ୭ ଗିରଫ
SHARE NOW :

ଭୁବନେଶ୍ୱର (ନୀଳାଚଳ ନ୍ୟୁଜ୍‌): ଭୁବନେଶ୍ବର ସାଲିଆସାହିରେ ଦେଶୀ ମଦ କାରଖାନାରେ ଅବକାରୀ ବିଭାଗର ଚଢାଉ ।  ଦେଶୀ ମଦ ରନ୍ଧା ଯାଉଥିବା ସ୍ଥାନରେ ଚଢାଉ କରି  ୭ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗର ଟିମ୍ । ମଦ ରନ୍ଧାରେ ବ୍ୟବହୃତ ହାଣ୍ଡି, କେମିକାଲ ସହ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରାଯାଇଛି । ଦେଶୀ ମଦ ମାଫିଆଙ୍କ କାରନାମା ଜଣାପଡିବା ପରେ ଅବକାରୀ ଟିମ୍ ସାଲିଆସାହିରେ ପହଞ୍ଚିଥିଲା । ସେତେବେଳେ ସେଠାରେ ଦେଶୀ ମଦ ରନ୍ଧା ହେବା ଦେଖିଥିଲେ । ତୁରନ୍ତ ସେଠାରେ ରାନ୍ଧୁଥିବା ମଦ ମାଫିଆମାନଙ୍କୁ ଗିରଫ କରିବା ସହ କାରଖାନାକୁ ନଷ୍ଟ କରିଛି ଟିମ୍ । ପୂର୍ବରୁ ମଧ୍ୟ ସାଲିଆସାହିର ନୟାଗଡ ବସ୍ତିରେ ହଜାର ହଜାର ଲିଟର ଦେଶୀ ମଦ ନଷ୍ଟ କରିଥିଲା ଟିମ୍ । କିନ୍ତୁ ପୁଣି ଜେଲରୁ ବାହାରି ଏହି ଧନ୍ଦା ଚଲାଉଛନ୍ତି ମଦ ମାଫିଆ ।

Leave a Reply

Your email address will not be published. Required fields are marked *

Related Posts