FOLLOW US ON SOCIAL

  1. Home
  2. »
  3. ଅପରାଧ
  4. »
  5. ସିିଙ୍ଗାପୁରରେ ଭାରତୀୟ ମହିଳାଙ୍କୁ ମାଡ

ସିିଙ୍ଗାପୁରରେ ଭାରତୀୟ ମହିଳାଙ୍କୁ ମାଡ

ସିିଙ୍ଗାପୁରରେ ଭାରତୀୟ ମହିଳାଙ୍କୁ ମାଡ
SHARE NOW :

ସିଙ୍ଗାପୁର,୧୨.୯ ( ଲାଇଭ୍ ଓଡିଶା ନ୍ୟୁଜ୍‌):ନାକ ତଳେ ମାସ୍କପିନ୍ଧିବା କାରଣରୁ ସିଙ୍ଗାପୁରରେ ଭାରତୀୟ ମହିଳାଙ୍କ ଉପରେ ଆକ୍ରମଣ ହୋଇଛି । ଘଟଣା ଟି ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟକ୍ତି ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।


ମହିଳାଙ୍କ ଅଭିଯୋଗ ଅନୁସାରେ ସେ ଚାଲିକି ଯାଉଥିବା ସମୟରେ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ସେ ମାସ୍କଟିକୁ ନାକ ତଳକୁ ଖସାଇ ଦେଇଥିଲେ । ଏହା ଦେଖି ଅଭିଯୁକ୍ତ ତାଙ୍କ ଉପରେ ରାଗି ଯାଇଥିଲା। ମହିଳା ଜଣଙ୍କ ଏହାର କାରଣ କହିବା ପରେ ମଧ୍ୟ ସେ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିବା ସହ ତାଙ୍କ ଛାତିକୁ ଗୋଇଠା ମାରିଥିଲେ ।

ଅଭିଯୁକ୍ତ ଜଣଙ୍କ ନାଁ ହେଉଛି ବୋଙ୍ଗ ଶିଙ୍ଗ ଫେଙ୍ଗ ।ତାଙ୍କ ନାଁରେ ପୁର୍ବରୁ ମଧ୍ୟ ଅନେକ ମାମଲା ରହିଛି । ତେବେ ଭାରତୀୟ ମହିଳାଙ୍କ ଉପରେ ଆକ୍ରମଣ କରିବା ଘଟଣାରେ ସିଙ୍ଗାପୁର ପୋଲିସ୍ ଅଭିଯୁକ୍ତଙ୍କ ନାଁରେ ଏକ ମାମଲା ରୁଜୁ କରିଛି । ଯଦି ଏହି ଅଭିଯୋଗ ସତ ବୋଲି ସାବ୍ୟସ୍ତ ହୋଇଯାଏ ତେବେ ଅଭିଯୁକ୍ତକୁ ସାଢେ ୪ ବର୍ଷ ଜେଲ ଦଣ୍ଡ ହେବା ସହ ସିଙ୍ଗାପୁର ଡ଼ଲାର ଅନୁସାରେ ତାଙ୍କୁ ୭୫୦୦ ଡ଼ଲାରର ଜୋରିମାନା ମଧ୍ୟ ଲଗିବ ।

Leave a Reply

Your email address will not be published. Required fields are marked *

Related Posts