FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ବାନ୍ଦିପୋରାର ସୁମ୍ବଲପୁଲ ଅଞ୍ଚଳରେ ଯବାନଙ୍କ ଗାଡିକୁ ଗ୍ରେନେଡ ମାଡ, ୬ଆହତ

ବାନ୍ଦିପୋରାର ସୁମ୍ବଲପୁଲ ଅଞ୍ଚଳରେ ଯବାନଙ୍କ ଗାଡିକୁ ଗ୍ରେନେଡ ମାଡ, ୬ଆହତ

ବାନ୍ଦିପୋରାର ସୁମ୍ବଲପୁଲ ଅଞ୍ଚଳରେ ଯବାନଙ୍କ ଗାଡିକୁ ଗ୍ରେନେଡ ମାଡ, ୬ଆହତ
SHARE NOW :

ଶ୍ରୀନଗର(ଲାଇଭ ଓଡିଶା ନ୍ୟୁଜ); ଯବାନଙ୍କୁ ପୁଣିଥରେ ଟାର୍ଗେଟ । ସୁରକ୍ଷାକର୍ମୀଙ୍କ ଗାଡିକୁ ଗ୍ରେନେଡ ଆକ୍ରମଣ । ଏଥିରେ ୬ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ବାନ୍ଦିପୋରାର ସୁମ୍ବଲ ପୁଲ ଅଞ୍ଚଳରେ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଆତଙ୍କବାନୀ ଗ୍ରେନେଡ୍ ଫିଙ୍ଗିଥିବା କିଛି ଲୋକେ କହିଛନ୍ତି। ସୁମ୍ବଲରେ ଥିବା ସୁମୋ ଟାକ୍ସି ଷ୍ଟାଣ୍ଡରେ ବିସ୍ଫୋରଣ ଘଟିଛି। ଏଥିରେ କେତେକ କାର୍ର କାଚ ମଧ୍ୟ ଭାଙ୍ଗି ଯାଇଛି। ୬ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଚିକିତ୍ସା ପାଇଁ ଶ୍ରୀନଗର ପଠାଯାଇଛି। ଆହତ ୬ଜଣଙ୍କ ମଧ୍ୟରେ ମହମ୍ମଦ ଅଲତାଫ, ଫୈଜଲ ଫାୟାଜ, ମୁଶତାକ, ତସଲିମା ବାନୋ, ଅବ ହମିଦ ଏବଂ ଫାୟାଜ ଅଛନ୍ତି। ଜମ୍ମୁ କଶ୍ମୀରର ଆତଙ୍କବାଦୀ ସଂଗଠନଗୁଡ଼ିକୁ ହଟାଇବା ପାଇଁ ଚାଲିଥିବା ବିଭିନ୍ନ ଆତଙ୍କବାଦ ବିରୋଧୀ ଅପରେସନ ଜାରି ରହିଛି । ଗୃହମନ୍ତ୍ରୀ ଅମିତ ଶାହା ୩ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଯାଇ ସେଠାରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଏଥିସହ କାହାର ମୃତ୍ୟୁ ହେବ ନାହିଁ ବୋଲି କହିଥିଲେ। ହେଲେ ୩ଦିନ ଧରି କୌଣସି ଆତଙ୍କବାଦୀ ଆକ୍ରମଣ ହୋଇନଥିବା ବେଳେ ଆଜି ପୁଣି ଥରେ ଆତଙ୍କବାଦୀ ଆକ୍ରମଣ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *

Related Posts