- Home
- »
- Breaking News
- »
- ଡ୍ରଗ୍ସ ଖାଇଥିଲେ କିଙ୍ଗଖାନଙ୍କ ପୁଅ
ଡ୍ରଗ୍ସ ଖାଇଥିଲେ କିଙ୍ଗଖାନଙ୍କ ପୁଅ

SHARE NOW :
ମୁମ୍ବାଇ(ଲାଇଭ ଓଡିଶା ନ୍ୟୁଜ): ବାଟକୁ ଆସୁଛନ୍ତି ଆର୍ଯ୍ୟାନ ଖାନ୍ । ଏନସିବିର ଅତର୍କିତ ଜେରାରେ ସତ ଓଗାଳୁଛନ୍ତି କିଙ୍ଗଖାନଙ୍କ ପୁଅ । ଆଜି ଏନସିବି ଆଗରେ ସେ ଚରମ ସେବନ କରୁଥିବା ନେଇ ସ୍ୱୀକାର କରିଛନ୍ତି । କ୍ରୁଜ ପାର୍ଟିରେ ତାଙ୍କ ବନ୍ଧୁ ଜୋତାରେ ଡ୍ରଗ୍ସ ଲୁଚାଇ ନେଇଥିବାର ସେ ପ୍ରକାଶ କରିଛନ୍ତି । ଏନେଇ ଏନ୍ସିବି ତା’ର ପଞ୍ଚନାମା ରିପୋର୍ଟରେ ଏନେଇ ସ୍ପଷ୍ଟ କରିଛି। ଅକ୍ଟୋବର ୨ ତାରିଖ ରାତିରେ ଲଗ୍ଜୁରୀ କ୍ରୁଜ ଉପରେ ହୋଇଥିବା ରେଡ୍ରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ ଏନ୍ସିବି ରେଡ୍ ବେଳେ ଅରବାଜଙ୍କ ଜୋତା ଭିତରୁ ୬ ଗ୍ରାମର ଡ୍ରଗ୍ସ ଜବତ ହୋଇଥିଲା। ସେ ଜୋତା ଭିତରେ ଡ୍ରଗ୍ସ ଲୁଚାଇ କ୍ରୁଜ ଭିତରେ ପାର୍ଟି କରିବାକୁ ପହଞ୍ଚିଥିଲେ। ପଚରାଉଚରା ବେଳେ ନିଜେ ଅରବାଜ ଉକ୍ତ ଡ୍ରଗ୍ସକୁ ଜୋତା ଭିତରୁ ବାହାର କରି ଏନ୍ସିବିକୁ ଦେଇଥିଲେ। ଅରବାଜ ଏହା ମଧ୍ୟ ସ୍ୱୀକାର କରିଥିଲେ କି, ଯେ ସେ ଆର୍ୟ୍ୟନ୍ ଖାନଙ୍କ ସହ ଚରସ ନେଉଛନ୍ତି। ଏହାସହ ସେମାନେ କ୍ରୁଜରେ ମଧ୍ୟ ନିଶା ସପ୍ଲାଏ କରିବାକୁ ଯୋଜନା କରିଥିଲେ। ସେହିପରି ଏନ୍ସିବି ପଚରାଉଚରା ବେଳେ ଆର୍ୟ୍ୟନ୍ ଖାନ୍ ମଧ୍ୟ ସତ ମାନିଛନ୍ତି। ସେ ଚରସ ଖାଉଥିବା ନେଇ ସ୍ୱୀକାର କରିଛନ୍ତି। କ୍ରୁଜ୍ ଯାତ୍ରା ସମୟରେ ଧୂମପାନ ପାଇଁ ଏହି ଚରସଗୁଡ଼ିକୁ ସାଙ୍ଗରେ ନେଇଥିଲେ ବୋଲି ସେ କହିଛନ୍ତି। ଏନ୍ସିବି ତା’ର ପଞ୍ଚନାମା ରିପୋଟୋରେ ଏସବୁ ତଥ୍ୟ ଉଲ୍ଲେଖ କରିଥିବା ଜଣାପଡିଛି।