- Home
- »
- Breaking News
- »
- ଲଖିମପୁର ଖେରୀ ହିସାଂକାଣ୍ଡ: ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ୩ଦିିନିଆ ରିମାଣ୍ଡରେ ପଠାଇଲା କୋର୍ଟ
ଲଖିମପୁର ଖେରୀ ହିସାଂକାଣ୍ଡ: ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ୩ଦିିନିଆ ରିମାଣ୍ଡରେ ପଠାଇଲା କୋର୍ଟ

SHARE NOW :
ଉତ୍ତରପ୍ରଦେଶ(ଲାଇଭ ଓଡିଶା ନ୍ୟୁଜ): ଉତ୍ତରପ୍ରଦେଶର ଲଖିମପୁର ଖେରୀ ହିଂସାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ୩ଦିନିଆ ପୋଲିସ ରିମାଣ୍ଡରେ ପଠାଇଲେ କୋର୍ଟ । ଏନେଇ ୧୪ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ଏସଆଇଟି । ସେମବାର ଭିଡିଓ କନଫେରେନ୍ସିଂ ଜରିଆରେ ମାମଲାର ଶୁଣାଣୀ କରିଥିଲେ କୋର୍ଟ । ମାମଲାର ଶୁଣାଣୀ ବେଳେ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ କଡା ସୁରକ୍ଷା ମଧ୍ୟରେ କୋର୍ଟରେ ହାଜର କରାଯାଇଥିଲା । ହିଂସା ଘଟଣାର ୫ମ ଦିନରେ ତଥା ୧୨ଘଂଟା ଜେରା ପରେ ସେ ଗିରଫ ହୋଇଥିଲେ । ସେ ତଦନ୍ତ ସମୟରେ ସହଯୋଗ କରୁନଥିବା ବେଳେ ୟୁପି ପୋଲିସ ତାକୁ ୧୪ଦିନ ରିମାଣ୍ଡରେ ନେବାକୁ ଚାହିଁଥିଲା । କିନ୍ତୁ ଆଶିଷଙ୍କ ଓକିଲ ଏନେଇ ଯୁକ୍ତି ବାଢିଥିବା ବେଳେ ରିମାଣ୍ଡରେ ନେବାକୁ ବିରୋଧ କରୁଛନ୍ତି । । ଶାହରନପୁର ଡିଆଇଜି ଉପେନ୍ଦ୍ର ଅଗ୍ରୱାଲ କହିଛନ୍ତି, ଆଶିଷ ତଦନ୍ତ ପ୍ରକ୍ରିୟାରେ ସହଯୋଗ ନକରିବାରୁ ତାଙ୍କୁ ଗିରଫ କରାଯାଇଛି । ତଦନ୍ତ ପାଇଁ ତାଙ୍କ ମୋବାଇଲ ଫୋନ୍ ଜବତ କରାଯାଇଛି । ଲଖିମପୁର ଖେରି ହିଂସା ଘଟଣାରେ ଆଶିଷ ଏବଂ ଅନ୍ୟ ୧୫-୨୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି । ଅନ୍ୟପକ୍ଷରେ, କଂଗ୍ରେସ ନେତାମାନେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି। ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ କଂଗ୍ରେସ ମୁଖ୍ୟମାନେ ଦଳର କର୍ମୀ ଏବଂ ନେତାମାନଙ୍କ ସହ ମୌନବ୍ରତ ପାଳନ କରିଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ଏବଂ ଅନ୍ୟମାନେ ଲକ୍ଷ୍ନୌରେ ମୌନବ୍ରତ କରିଛନ୍ତି। ହରିୟାଣା କଂଗ୍ରେସ ସଭାପତି କୁମାରୀ ସୈଲ୍ଜା ଦଳର ଅନ୍ୟ ନେତା ଏବଂ କର୍ମୀମାନଙ୍କ ସହ ମିଶି ସିର୍ସାରେ ମୌନବ୍ରତ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ ଗୋଆରେ କଂଗ୍ରେସର ନିରବ ଆନ୍ଦୋଳନରେ ଯୋଗ ଦେଇଛନ୍ତି।