FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ନୃଶଂସ ବାପାର ଜଘନ୍ୟ କାଣ୍ଡ, ଗୁରୁମାତାଙ୍କ କଥାରେ ପୁଅକୁ ହାଣି ୭ଖଣ୍ଡ କଲା

ନୃଶଂସ ବାପାର ଜଘନ୍ୟ କାଣ୍ଡ, ଗୁରୁମାତାଙ୍କ କଥାରେ ପୁଅକୁ ହାଣି ୭ଖଣ୍ଡ କଲା

ନୃଶଂସ ବାପାର ଜଘନ୍ୟ କାଣ୍ଡ, ଗୁରୁମାତାଙ୍କ କଥାରେ ପୁଅକୁ ହାଣି ୭ଖଣ୍ଡ କଲା
SHARE NOW :

ଭୋପାଳ(ଲାଇଭ ଓଡିଶା ନ୍ୟୁଜ): ଅନ୍ଧ ବିଶ୍ୱାସ ପାଲଟିଲା କାଳ । ଗୁରୁମାତାଙ୍କ କଥାରେ ୫ବର୍ଷର ପୁଅକୁ ୭ଖଣ୍ଡ କଲା କଂସେଇ ବାପା । ଜନ୍ମକଲା ପୁଅକୁ ନିଜ ହାତରେ ମାରି ପୋତିଦେଲା ନୃଶଂସ ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ଅଲିରାଜପୁର ଅଂଚଳରେ । ଏହି ଖବର ପ୍ରଚାରିତ ହେବା ପରେ ସାରା ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଖବର ଅନୁଯାୟୀ ଅଲିରାଜପୁରର ଦିନେଶ ଡାବର ନାମକ ବ୍ୟକ୍ତି ଜଣକ ନିଜ ପୁଅକୁ କୁରାଢୀରେ ହାଣି ୭ ଖଣ୍ଡ କରିଦେଇଛନ୍ତି । ତେବେ ପ୍ରଥମିକ ତଦନ୍ତରୁ ଏହା ଅନ୍ଧବିଶ୍ୱାସର ବଶବୃତ୍ତି ହୋଇ ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି । ଦିନେଶଙ୍କ ପତ୍ନୀଙ୍କ ଦେହ ଗତ କିଛି ଦିନ ହେଲା ଖରାପ ରହିଥିଲା । ଯାହାକୁ ନେଇ ଦିନେଶ ଗୁରୁମାତାଙ୍କୁ ଭେଟ କରିଥିଲେ । ଏଥିରେ ଗୁରୁମାତା ଦିନେଶଙ୍କୁ ପୁଅକୁ ହତ୍ୟା କରିବା ପାଇଁ କହିଥିଲେ । କାରାଣ ଦିନେଶଙ୍କ ପୁଅ ପୁରା ପରିବାର ପାଇଣ ଅଶୁଭ ଏବଂ ସେଥିପାଇଁ ତାଙ୍କ ପତ୍ନୀଙ୍କ ଦେହ ଖରାପ ହେଉଛି । ତେବେ ଘଟଣାରେ କଂସେଇ ବାପାକୁ ପୋଲିସ ଗିରଫ କରିଛି । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଛାନଭିନ୍ ଜାରି ରଖିଛି । ଏପରିକି ଦିନେଶଙ୍କ ଗୁରୁମାତାଙ୍କୁ ଗିରଫ ପାଇଁ ଟିମ୍ ଗଠନ କରାଯାଇଛି । ଏହାସହିତ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଢାଉ ଜାରି ରହିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *

Related Posts