- Home
- »
- Breaking News
- »
- ମୁମ୍ବାଇ କ୍ରୁଜଡ୍ରଗ୍ସ ମାମଲା: ଏନସିବି ଅଫିସରେ ଅନନ୍ୟା ଡେରୀରେ ପହଞ୍ଚିବାରୁ ରାଗିଗଲେ ସମୀର ୱାଙ୍ଖଡେ
ମୁମ୍ବାଇ କ୍ରୁଜଡ୍ରଗ୍ସ ମାମଲା: ଏନସିବି ଅଫିସରେ ଅନନ୍ୟା ଡେରୀରେ ପହଞ୍ଚିବାରୁ ରାଗିଗଲେ ସମୀର ୱାଙ୍ଖଡେ

SHARE NOW :
ମୁମ୍ବାଇ(ଲାଇଭ ଓଡିଶା ନ୍ୟୁଜ): ଏନସିବି ଟାର୍ଗେଟରେ ଆର୍ଯ୍ୟନଙ୍କ ପରେ ଏବେ ଅନନ୍ୟା ପାଣ୍ଡେ । ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ବଲିଉଡ ହିରୋ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଫସିଥିବା ବେଳେ ଆର୍ଯ୍ୟନଙ୍କ ସହ ଚାଟିଙ୍ଗକୁ ନେଇ ଅନ୍ୟନ୍ୟାଙ୍କ ଚାଲିଛି ଜେରା । ଦୁହିଁଙ୍କ ଭିତରେ ହୋଇତିବା ହ୍ୱାଟସାପ୍କୁ ନେଇ ତାଙ୍କ ଭିତରେ ଥିବା ସଂପର୍କ ଓ ଡ୍ରଗ୍ସ କାରବାର ଥିଲା କି ନାହିଁ ଏନେଇ ଖୋଳତାଡ ଆରମ୍ଭ ହୋଇଯାଇଛି । ଅନନ୍ୟାଙ୍କୁ ପ୍ରଥମେ ଘରକୁ ଯାଇ ଜେରା କରିବା ପରେ ଶୁକ୍ରବାର ଅନନ୍ୟାଙ୍କୁ ଜେରା ପାଇଁ ଏନସିବି ଅଫିସକୁ ଡକାଯାଇଥିଲା ।ହେଲେ ୩ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ ଅନନ୍ୟା । ଏଥିରେ ରାଗିଯାଇ ତାଙ୍କୁ କଡା କଥା କହିଥିଲେ ଏନସିବିର ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେ । ଡ୍ରଗ୍ସ ମାମଲାରେ ଖୋଳତାଡ କରିବାକୁ ଶୁକ୍ରବାର ଏନସିବି ଅଫିସରେ ପହଞ୍ଚିବାକୁ ତାଙ୍କୁ ସମନ ହୋଇଥିଲା । ଏନସିବି ସକାଳ ୧୧ଟା ସମୟ ଦେଇଥିଲେ ବି ଅନନ୍ୟା ୩ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ । ଅନନ୍ୟାଙ୍କ ଏପରି ବେପରୁଆ କାମ ସମୀର ୱାଙ୍ଖଡେଙ୍କୁ ଆଦୌ ପସନ୍ଦ ଆସିନଥିଲା । ରାଗିଯାଇ କହିଥିଲେ\’ ଆପଣଙ୍କୁ ୧୧ଟା ବେଳେ ପହଞ୍ଚିବାକୁ ନୋଟିସ୍ ହୋଇଥିଲା, ହେଲେ ଆପଣ ଏବେ ଆସୁଛନ୍ତି । ଏଠି ଅଧିକାରୀମାନେ ଆପଣଙ୍କ ଅପେକ୍ଷାରେ ବସିନାହାଁନ୍ତି । ଇଏ ଆପଣଙ୍କ ପ୍ରଡକ୍ସନ୍ ହାଉସ୍ ନୁହେଁ ଯେ ଯେତେବେଳେ ଇଚ୍ଛା ଆସିବେ ଆଉ ଯିବେ । ଏହା ସେଣ୍ଟାଲ ଏଜେନ୍ସିର କାର୍ୟ୍ୟାଳୟ । ଯେଉଁ ସମୟରେ ଡକାଯିବ ଠିକ୍ ସେହି ସମୟରେ ଆସି ପହଞ୍ଚନ୍ତୁ\’ । ତେବେ ଦୁହିଁଙ୍କ ମଧ୍ୟରେ ଗଂଜେଇ ବାବଦରେ ଚ୍ୟାଟିଂ ହୋଇଥିଲେ ବି ଏହାକୁ ଏଡାଇଥିଲେ ଅନନ୍ୟା । କହିଥିଲେ ସେ କେବଳ ଆରୟନଙ୍କ ସହ ମଜା କରୁଥିଲେ । ହେଲେ ଏହାକୁ ଏତେ ସହଜରେ ଗ୍ରହଣ କରିପାରୁ ନାହିଁ ଏନସିବି । ଡ୍ରଗ୍ସ କାରବାର ଘଟଣାରେ କୌଣସି ଅନ୍ତର୍ଜାତୀୟ ସ୍ତରରେ ଆରୟନଙ୍କ ସହ ଅନନ୍ୟାଙ୍କର ମଧ୍ୟ ସମ୍ପୃକ୍ତି ରହିଥିବା ଆଶଙ୍କା କରି ଜେରା ଜାରି ରଖିଛି ଏନସିବି । ୨୦୧୮-୧୯ରେ ଗଂଜେଇ ସେବନ ନେଇ ଦୁହିଁଙ୍କ ଭିତରେ ହୋଇଥିଲା ଆଲୋଚନା ।