FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ନକ୍ସଲ ମାନଙ୍କର ବର୍ବର କାଣ୍ଡ, ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା

ନକ୍ସଲ ମାନଙ୍କର ବର୍ବର କାଣ୍ଡ, ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା

ନକ୍ସଲ ମାନଙ୍କର ବର୍ବର କାଣ୍ଡ, ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା
SHARE NOW :

ଲାଇଭ ଓଡିଶା ବ୍ୟୁରୋ: ନକ୍ସଲ ମାନଙ୍କର ତୁମୂଳ କାଣ୍ଡ । ବିହାରର ଗୋଟିଏ ପରିବାରରେ ୪ଜଣଙ୍କୁ ନିର୍ମମ ଭାବେ କରିଛନ୍ତି ହତ୍ୟା । ଏହା ସହ ହତ୍ୟାପରେ ଘରକୁ ବୋମା ମାଡ କରି ଉଡାଇ ଦେଇଛନ୍ତି । ବିହାରର ଡମରିଆର ମନୋବର ଗାଁରେ ରହୁଥିବା ସଂରଜୁ ସିଂଙ୍କ ଘରେ ଶନିବାର ମଧ୍ୟରାତ୍ରରେ ନକ୍ସଲ ପଶିଥିଲେ । ସରଜୁଙ୍କ ସମେତ ତାଙ୍କର ଦୁଇପୁଅ ଓ ଗୋଟିଏ ଝିଅକୁ ଫାଶିରେ ଝୁଲାଇ ହତ୍ୟା କରିଥିଲେ ନକ୍ସଲ। ମୃତକଙ୍କ ମଧ୍ୟରେ ସତ୍ତେନ୍ଦ୍ର ସିଂ, ମହେନ୍ଦ୍ର ସିଂ, ମନୋରମା ଦେବୀ ଓ ସୁନୀତା ସିଂ ଅଛନ୍ତି। ଏହି ଘଟଣା ଘଟାଇବା ପରେ ନକ୍ସଲମାନେ ସେଠାରେ ଏକ ପୋଷ୍ଟର ମାରିଥିଲେ। ପୋଷ୍ଟରରେ ଲେଖାଯାଇଛି ଯେ, କିଛିଦିନ ପୂର୍ବରୁ ୪ଜଣ ନକ୍ସଲଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିଲା ଓ ଏହାକୁ ଏନକାଉଣ୍ଟରର ରୂପ ଦିଆଯାଇଥିଲା। ଏହି ଷଡ଼ଯନ୍ତ୍ରରେ ସରଜୁର ପରିବାର ସମ୍ପୃକ୍ତ ଥିବାରୁ ସେମାନଙ୍କୁ ହତ୍ୟା କରାଯାଇଛି। ଆଉ ଏହା ହେଉଛି ତାଙ୍କର ଚାରିଜଣ ସାଥୀ ଅମରେଶ, ସୀତା, ଶିବପୁଜନ ଏବଂ ଉଦୟଙ୍କ ହତ୍ୟାର ପ୍ରତିଶୋଧ। ଆଗକୁ ମଧ୍ୟ ଏହିଭଳି କାର‌୍ୟ୍ୟ ଜାରି ରହିବ।ଘଟଣାସ୍ଥଳରେ ମରାଯାଇଥିବା ପୋଷ୍ଟରରେ ଜନ ମୁକ୍ତି ଛାପାକର ସେନା, ମଧ୍ୟ ଜୋନ୍ ଝାଡ଼ଖଣ୍ଡ, ସିପିଆଇ(ମାଓବାଦୀ)ଙ୍କ ନାଁ ଉଲ୍ଲେଖ ରହିଛି। ଗୟା ମୁଖ୍ୟାଳୟର ବରିଷ୍ଠ ଅଧିକାରୀ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି।

Leave a Reply

Your email address will not be published. Required fields are marked *

Related Posts