FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଜିପିଏସ୍ ଠାବ କଲା ଚୋରି ଟ୍ରକ୍‌

ଜିପିଏସ୍ ଠାବ କଲା ଚୋରି ଟ୍ରକ୍‌

ଜିପିଏସ୍ ଠାବ କଲା ଚୋରି ଟ୍ରକ୍‌
SHARE NOW :


ଚଣ୍ଡୀଖୋଲ ୧୧/୯(ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ଯାଜପୁର ଜିଲ୍ଲା ଅନ୍ତର୍ଗତ ଚଣ୍ଡୀଖୋଲ ଅଂଚଳରୁ ଜିପିଏସ୍ ଟ୍ରାକିଂ ମାଧ୍ୟମରେ ଏକ ଚୋରି ହୋଇଥିବା ଟ୍ରକ ଧରାପଡ଼ିଛି। ଚଣ୍ଡୀଖୋଲ ଫାଣ୍ଡି ପୋଲିସ୍ ଏହି ଟ୍ରକ୍‌କୁ ଠାବ କରିବାରେ ସଫଳ ହୋଇଛି । ତେବେ ୧୨ଜଣ ଦୁର୍ବୃତ୍ତ ଏହି ଟ୍ରକ୍‌ଟିକୁ ଚୋରି କରି ନେଇଥିଲେ ।


ଘଟଣା ଅନୁସାରେ ଚଣ୍ଡୀଖୋଲ ଛକ ନିକଟରେ ଏକ ୧୨ ଚକିଆ ଟ୍ରକଟି ଛିଡା ହୋଇଥିବା ବେଳେ ଡ୍ରାଇଭରଟି ବାହାରକୁ ଯାଇଥିବା ସମୟରେ କିଛି ଦୁର୍ବୃତ୍ତ ଗାଡି ନେଇ ଫେରାର ହୋଇଯାଇଥିଲେ । ସଂଗେ ସଂଗେ ଡ୍ରାଇଭର ଗାଡିର ମାଲିକଙ୍କୁ ଜଣାଇଥିଲେ । ଏସଂପର୍କରେ ଗାଡିର ମାଲିକ ମିହିର ସ୍ୱାଇଁ ଗାଡିଟି ଚଣ୍ଡୀଖୋଲର କଳିଙ୍ଗନଗର ଜାତୀୟ ରାଜପଥରେ ଯାଉଥିବାର ଚଣ୍ଡିଖୋଲ ଫାଣ୍ଡି ପୋଲିସକୁ ଖବର ଦେଇଥିଲେ । ଏହାପରେ ଚଣ୍ଡୀଖୋଲ ଫାଣ୍ଡି ପୋଲିସ ଗାଡିକୁ ପିଛା କରି ଧର୍ମଶାଳା ଥାନା ଅଧୀନ ଆରୁହାଠାରେ ଗାଡିକୁ ଉଦ୍ଧାର କରିଥିଲେ। ଗାଡିଟିକୁ ଛାଡି ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ । ଧର୍ମଶାଳା ଥାନା ଅଧିକାରୀ ଓ ଚଣ୍ଡୀଖୋଲ ଫାଣ୍ଡି ପୋଲିସ ଏସଂପର୍କରେ ଗାଡିର ଡ୍ରାଇଭର ଓ ମାଲିକଙ୍କୁ ପଚାରାଉଚରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Related Posts