FOLLOW US ON SOCIAL

  1. Home
  2. »
  3. ଅପରାଧ
  4. »
  5. ଭୁଶୁଡିଲା ମାଓ ସଂଗଠନ ଲାଲଗଡ

ଭୁଶୁଡିଲା ମାଓ ସଂଗଠନ ଲାଲଗଡ

ଭୁଶୁଡିଲା ମାଓ ସଂଗଠନ ଲାଲଗଡ
SHARE NOW :

(ଛତିଶଗଡ)ଲାଇଭଓଡିଶା ବ୍ୟୁରୋ : ଭୁଶୁଡୁଛି ମାଓ ସଂଗଠନ ଲାଲଗଡ଼ । ପୋଲିସ୍ ଏନକାଉଣ୍ଟରରେ ଟଳିପଡିଛି ହାର୍ଡକୋର ମାଓବାଦୀ ସାକେତ ନରେଟି । ଓଡ଼ିଶା ଓ ଛିତଶଗଡ଼ରେ ବିଭିନ୍ନ ଥାନାରେ ସାକେତ ନାମରେ ହିଂସାକାଣ୍ଡ, ଲୁଟ୍ ଭଳି ମାମଲା ରହିଥିବା ବେଳେ ଦୀର୍ଘ ଦିନରୁ ପୋଲିସ ସନ୍ଧାନ କରୁଥିଲା ଏହି କୁଖ୍ୟାତ ମାଓ ଅପରାଧୀ ସାକେତ ନରେଟିକୁ । ଅନେକ ଛାନଭିନ ପରେ ପୋଲିସ ନଜରକୁ ଆସିଥିଲା ଏହି କୁଖ୍ୟାତ ଅପରାଧୀ । ଏବଂ ପୋଲିସ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିଲା ଏହି ମାଓ ଖଳନାୟକ । ଆଜି ଛତିଶଗଡ଼ ନାରାୟଣପୁର ଜିଲ୍ଲା ଛୋଟେଡଙ୍ଗର ଜଙ୍ଗଲରେ ସୁରକ୍ଷାକର୍ମୀ ମାନଙ୍କ ଦ୍ୱାରା ଅପରେସନ୍ ଜାରି ରହିଥିବା ବେଳେ ସାକେତ ନରେଟି ପୋଲିସ୍ ଉପରକୁ ଗୁଳି ଚାଳନା କରିଥିଲା । ପୋଲିସ୍ ଦ୍ୱାରା ପାଲଟା ଏନକାଉଣ୍ଟରରେ ନିହତ ହୋଇଛି ଏହି ହାର୍ଡକୋର ମାଓବାଦୀ । ସାକେତ ନାମରେ ୧୦ ଲକ୍ଷ ଟଙ୍କାର ପୁରଷ୍କାର ରହିଥିବା ବେଳେ ବିଭିନ୍ନ ମାଓବାଦୀ ସଂଗଠନର ସଦସ୍ୟ ରହି ଆସିଥିବା ସାକେତ ନରେଟି ଓଡ଼ିଶା ଓ ଛତିଶଗଡ଼ରେ ବହୁ ହିଂସା ଘଟାଇଛି। ତେବେ ଏନକାଉଣ୍ଟର ପରେ ନିହତ ମାଓବାଦୀ ସାକେତ ନରେଟି ସହିତ ବହୁ ପରିମାଣର ଏକେ ୪୭ ଓ ଗୁଳି ଜବତ୍ କରିଛି ପୋଲିସ୍ ।ପୋଲିସ ର ଏହି ଲାଲଗଡ ଉପରେ ବିଜୟ ପରେ ମାଓଆତଙ୍କୀ ଙ୍କ ମନରେ ଆତଙ୍କ ଖେଳିଯାଇଛ

Leave a Reply

Your email address will not be published. Required fields are marked *

Related Posts