- Home
- »
- Breaking News
- »
- ଆତଙ୍କବାଦୀଙ୍କ ଟାର୍ଗେଟରେ ସାଧାରଣ ଜନତା, ଗୁପଚୁପ୍ ବିକାଳୀଙ୍କୁ ଗୁଳି କରି ହତ୍ୟା
ଆତଙ୍କବାଦୀଙ୍କ ଟାର୍ଗେଟରେ ସାଧାରଣ ଜନତା, ଗୁପଚୁପ୍ ବିକାଳୀଙ୍କୁ ଗୁଳି କରି ହତ୍ୟା

SHARE NOW :
ଶ୍ରୀନଗର(ଲାଇଭ ଓଡିଶା ନ୍ୟୁଜ): ଆଜିକାଲି ଆତଙ୍କବାଦୀ ମାନେ ରକ୍ତର ହୋଲି ଖେଳୁଥିବା ବେଳେ ଏମାନଙ୍କର ଶିକାର ପାଲଟୁଛନ୍ତି ନିରୀହ ଜନତା । ଭାରତୀୟ ସେନାଙ୍କ କାର୍ଯ୍ୟାନୁଷ୍ଠାନରେ ବିଚଳିତ ହୋଇଯାଉଛନ୍ତି ଆତଙ୍କବାଦୀ । ଏହି ପରିପ୍ରେକ୍ଷୀରେ ସାଧାରଣ ଜନତା ଓ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ । ଜମ୍ମୁକଶ୍ମୀରର ନାଗରିକ ସବୁବେଳେ ଅଶାନ୍ତ ରହୁଥିବା ବେଳେ ଏବେ ଅଣଳଶ୍ମୀର ମଧ୍ୟ ଏଭଳି ହିଂସାରେ ବଳି ପଡୁଛନ୍ତି । । ଶନିବାର ପୁଣି ଥରେ ଆତଙ୍କବାଦୀମାନେ ୨ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି। ୨ଟି ଭିନ୍ନ ଭିନ୍ନ ସ୍ଥାନରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ଯେଉଁ ୨ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା, ଯେଉଁମାନେ କି ପାକିସ୍ତାନର ସମର୍ଥକ ଅଥବା ଆତଙ୍କବାଦୀଙ୍କୁ ସମର୍ଥନ କରୁ ନଥିଲେ। ଜଣେ ଗୁପଚୁପ ବିକାଳୀ, ଔଷଧ ଦୋକାନ ପରିଚାଳନା କରୁଥିବା କଶ୍ମୀର ପଣ୍ଡିତ, ସ୍କୁଲ ଶିକ୍ଷକ, କାଠ କାମ କରୁଥିବା ଜଣେ ବଢ଼େଇଙ୍କୁ ବିଗତ ଦିନରେ ହତ୍ୟା କରାଯାଇଛି। ସେହିପରି ଆତଙ୍କବାଦୀମାନେ ବିହାର ନିବାସୀ ଅରବିନ୍ଦ କୁମାରଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଅରବିନ୍ଦ ଗୁପଚୁପ ବିକ୍ରି କରି ନିଜର ପରିବାର ଚଳାଉଥିଲେ। କିଛି ଆତଙ୍କବାଦୀ ଅଚାନକ ପହଂଚି ତାଙ୍କୁ ଗୁଳିକରି ଥିଲେ। ତାଙ୍କ ପରିବାର ବିହାରର ବାଙ୍କାରେ ରହୁଥିଲେ। ବାପା,ମା\’ଓ ୩ ଭାଇଙ୍କୁ ଛାଡ଼ି ସେ ଶ୍ରୀନଗରରେ କାମ କରିବାକୁ ଆସିଥିଲା। କିନ୍ତୁ ଆତଙ୍କବାଦୀମାନେ ଏହି ୨୨ ବର୍ଷୀୟ ଯୁବକଙ୍କୁ ହତ୍ୟା କରିଥିଲେ।