ଭିଜିଲାନ୍ସ ପଞ୍ଝାରେ ଧରାପଡିଲେ ବଡଗାଁ ଥାନା ଏଏସ୍ଆଇ

SHARE NOW :
ସୁନ୍ଦରଗଡ଼ (ଲାଇଭ୍ ଓଡ଼ିଶା ନ୍ୟୁଜ୍): ଜଣେ ଅଭିଯୁକ୍ତଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇଥିବା ଵଡ଼ଗାଁ ଥାନା ଏଏସଆଇ କୈଳାସ ନାଏକ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ରେଙ୍ଗାଲମାଲର ବୈକୁଣ୍ଠ ରାଉତ ନାମକ ଜଣେ ଵ୍ୟକ୍ତି ଏକ ମାମଲାର ଅଭିଯୁକ୍ତ ଥିଲେ। ତାଙ୍କ ନାମରେ ଥିବା ଦଫା କୋହଳ କରିବାକୁ ଏଏସଆଇ ଶ୍ରୀ ନାଏକ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଵୈକୁଣ୍ଠ ନିଜ ଅକ୍ଷମତା ପ୍ରକାଶ କରିବାରୁ ୩୦ ହଜାର ଦେଵାକୁ କହିଥିଲେ। ଏହାପରେ ବୈକୁଣ୍ଠ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ।
ଯୋଜନା ମୁତାବକ ବୈକୁଣ୍ଠ ଅଗ୍ରୀମ ୫ ହଜାର ଟଙ୍କା ଏଏସଆଇଙ୍କୁ ଦେଉଥିବା ଵେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ଚଢାଇ କରି ଲାଞ୍ଚ ଟଙ୍କା ଜବତ ସହ ଏଏସଆଇଙ୍କୁ ଗିରଫ କରିଥିଲେ।