Live Odisha Tv

July 14, 2024

ତାଜା ଖବର

ଖୋଲିଲା ରତ୍ନ ଭଣ୍ଡାର, ଟ୍ବିଟ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ରତ୍ନଭଣ୍ଡାର ଖୋଲାଯିବା ନେଇ ସିଏମ୍‌ଓ ପକ୍ଷରୁ ଟୁଇଟ୍‌ କରାଯାଇଛି । ‘ମହାପ୍ରଭୁଙ୍କ ଇଚ୍ଛାରେ ୪୬ ବର୍ଷ ପରେ ଖୋଲାଗଲା ରତ୍ନଭଣ୍ଡାର’ । ‘ତୁମ ଇଚ୍ଛାରେ ପ୍ରଥମେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲାଗଲା’ । ‘ଏ ମହାନ କାର୍ଯ୍ୟ ସଫଳ ହେବ ବୋଲି ମୋର ଦୃଢ଼ ବିଶ୍ୱାସ’ । ତୁମ ଇଚ୍ଛାରେ ଓଡିଆ ଜାତି ଆଜି ଆଗକୁ ବଢୁଛି । ଅସ୍ମିତାର ପରିଚୟକୁ ନେଇ ଆଗକୁ ବଢୁଛି ।

Read More »
ଦେଶ ବିଦେଶ

ଜମ୍ମୁ କଶ୍ମୀରର ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତା

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରାଳୟ ଶନିବାର (ଜୁଲାଇ ୧୩) ଜମ୍ମୁ ଓ କଶ୍ମୀର ପୁନର୍ଗଠନ ଅଧିନିୟମକୁ ସଂଶୋଧିତ କରିଛନ୍ତି। ଏହା ଦ୍ବାରା ଜମ୍ମୁ କଶ୍ମୀରର ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତା ମିଳିଛି। ଏସଂକ୍ରାନ୍ତରେ ଅଧିସୂଚନାକୁ ମଧ୍ୟ କେନ୍ଦ୍ର ସରକାର ତରଫରୁ ଜାରି କରିଦିଆଯାଇଛି। ଜମ୍ମୁ ଓ କଶ୍ମୀର ପୁନର୍ଗଠନ ଅଧିନିୟମ ୨୦୧୯ ଧାରା ୧୫୫ ବଳରେ ସଂଶୋଧିତ ନିୟମକୁ ଅଧିସୂଚିତ କରାଯାଇଛି, ଯେଉଁଥିରେ ଉପରାଜ୍ୟପାଳଙ୍କୁ ଅଧିକ ଶକ୍ତି ଦିଆଯାଇଥିବା ଧାରା ସାମିଲ କରାଯାଇଛି।   ଜମ୍ମୁ କଶ୍ମୀର ଉପରାଜ୍ୟପାଳଙ୍କୁ ଅଧିକ

Read More »
କ୍ରୀଡା

ଜୁଲାଇ ୧୯ରୁ ମହିଳା ଟି-୨୦ ଏସିଆ କପ

ଜୁଲାଇ ୧୯ରୁ ଆରମ୍ଭ ହେବାକୁ ଯାଉଛି ମହିଳା ଟି-୨୦ ଏସିଆ କପ। ଶ୍ରୀଲଙ୍କାରେ ଖେଳା ଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଦର୍ଶକଙ୍କ ପାଇଁ ହୋଇଛି ବଡ଼ ଘୋଷଣା। ଟୁର୍ଣ୍ଣାମେଣ୍ଟକୁ ଟିକେଟ ମୁକ୍ତ କରିଛି ଶ୍ରୀଲଙ୍କା କ୍ରିକେଟ। ଦର୍ଶକମାନେ ବିନା ଟିକେଟରେ ଷ୍ଟାଡିୟମ ଭିତରକୁ ଯାଇ ମ୍ୟାଚ୍‌ର ମଜା ଉଠାଇ ପାରିବେ। ଦର୍ଶକଙ୍କ ପାଇଁ ମାଗଣା ପ୍ରବେଶର ବ୍ୟବସ୍ଥା କରାଯାଇଛି। ମହିଳା କ୍ରିକେଟକୁ ଦେଶରେ ଅଧିକ ଲୋକପ୍ରିୟ ଓ ଟୁର୍ଣ୍ଣାମେଣ୍ଟରେ ଅଧିକ ଭିଡ଼ ସୃଷ୍ଟି କରିବା ପାଇଁ

Read More »
କ୍ରୀଡା

କ୍ରିକେଟରୁ ଆଣ୍ଡରସନଙ୍କ ଅବସର ଘୋଷଣା

ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡ ୱେଷ୍ଟଇଣ୍ଡିଜକୁ ଗୋଟିଏ ଇନିଂସ ଏବଂ ୧୧୪ ରନରେ ପରାସ୍ତ କରିଛି। ଇଂଲଣ୍ଡର କିମ୍ବଦନ୍ତୀ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ କ୍ୟାରିୟରରେ ଅନେକ କୀର୍ତ୍ତିମାନ ରଚିବା ସହ କ୍ରିକେଟ ଜଗତରୁ ଅବସର ଘୋଷଣା କରିସାରିଛନ୍ତି। ବର୍ତ୍ତମାନ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ନଟିଂଘମରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଇଂଲଣ୍ଡ ଆଣ୍ଡରସନଙ୍କ ବଦଳରେ ମାର୍କ ଉଡ ପଡିଆକୁ ଓହ୍ଲାଇବେ । ସିରିଜର ଦ୍ୱିତୀୟ ଟେଷ୍ଟ ଜୁଲାଇ

Read More »
କ୍ରୀଡା

ବଦଳିଲା ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ ତାରିଖ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ସୀମିତ ଓଭର ସିରିଜର ତାରିଖ ବଦଳିଛି। ଜୁଲା ୨୬ ବଦଳରେ ଏହି ସିରିଜ ଜୁଲାଇ ୨୭ ତାରିଖରୁ ଆରମ୍ଭ ହେବ। ଏନେଇ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି। ଭାରତ ପ୍ରଥମେ ଶ୍ରୀଲଙ୍କା ସହ ୩ଟି ଟି–୨୦ ମ୍ୟାଚ୍‌ ଖେଳିବ। ଏହାପରେ ଦୁଇ ଦେଶ ମଧ୍ୟରେ ସମାନ ସଂଖ୍ୟକ ଦିନିକିଆ ମ୍ୟାଚ୍‌ ଖେଳାଯିବ।  ଟି–୨୦ରେ ଭାରତୀୟ ଟିମର ନେତୃତ୍ୱ ହାର୍ଦ୍ଦିକ ପାଣ୍ଡ୍ୟା ନେବାର ସମ୍ଭାବନା ରହିଛି। କାରଣ ଟି–୨୦ ବିଶ୍ୱକପ

Read More »
କ୍ରୀଡା

ଇତିହାସ ରଚିଲେ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ

ଇଂଲଣ୍ଡ ଟିମର ଷ୍ଟାର ଅଲରାଉଣ୍ଡର ତଥା ଅଧିନାୟକ ବେନ ଷ୍ଟୋକ୍ସ ଇତିହାସ ରଚିଛନ୍ତି। ସେ ୱେଷ୍ଟଇଣ୍ଡିଜର ମହାନ କ୍ରିକେଟର ଗ୍ୟାରୀ ସୋବର୍ସ ଓ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ କ୍ରିକେଟର ଜ୍ୟାକ କାଲିସ୍‌ଙ୍କ ସମକକ୍ଷ ହୋଇଛନ୍ତି। ସେ ବିଶ୍ୱର ତୃତୀୟ ଓ ଇଂଲଣ୍ଡର ପ୍ରଥମ କ୍ରିକେଟର ଭାବେ ବ୍ୟାଟିଂରେ ୬ ହଜାରରୁ ଅଧିକ ରନ ଓ ୨୦୦ରୁ ଅଧିକ ୱିକେଟ ଦଖଲ କରିଛନ୍ତି। ସେ ଲର୍ଡସରେ ଚାଲିଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଏପରି କୀର୍ତ୍ତିମାନ ହାସଲ କରିଛନ୍ତି। ଷ୍ଟୋକ୍ସ

Read More »
ଦେଶ ବିଦେଶ

କେପି ଶର୍ମା ଓଲି ନେପାଳର ପ୍ରଧାନମନ୍ତ୍ରୀ

ଭାରତର ପଡ଼ୋଶୀ ଦେଶ ନେପାଳରେ ଜାରି ରହିଛି ରାଜନୀତିକ ହଲଚଲ। ଆସ୍ଥା ଭୋଟରେ ହାରି ଯାଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଓରଫ ପ୍ରଚଣ୍ଡ। ନେପାଳ ସଂସଦରେ ହୋଇଥିବା ଆସ୍ଥା ଭୋଟରେ ସେ ପରାସ୍ତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ୬୯ ବର୍ଷୀୟ ପ୍ରଚଣ୍ଡ ନେପାଳର କମ୍ୟୁନିଷ୍ଟ ପାର୍ଟିର ନେତା। ସେ Communist Party of Nepal-Unified Marxist Leninist (CPN-UML)ର ସମର୍ଥନରେ ସରକାର ଗଠନ କରିଥିଲେ। ହେଲେ କିଛି ଦିନ ତଳେ CPN-UML ପ୍ରଚଣ୍ଡଙ୍କ

Read More »
ଦେଶ ବିଦେଶ

କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଦ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ ମିଳିଛି। କିନ୍ତୁ ଇଡି ତରଫରୁ ତାଙ୍କର ଗିରଫତାରୀ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ଖଣ୍ଡପୀଠକୁ ହସ୍ତାନ୍ତର କରାଯାଇଛି। ସୁ୍ପ୍ରିମ‌କୋର୍ଟ ଶୁକ୍ରବାର କେଜ୍ରିୱାଲଙ୍କ ଗିରଫତାରୀକୁ ଚ୍ୟାଲେଞ୍ଜ ଦେଇଥିବା ଆବେଦନର ମାମଲାକୁ ବଡ଼ ଖଣ୍ଡପୀଠକୁ ପଠାଇଛନ୍ତି। ଏବେ ସୁପ୍ରିମକୋର୍ଟଙ୍କ ୩ଜଣିଆ ଖଣ୍ଡପୀଠ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି କରିବେ। ଏହି ମାମଲାରେ ବିଚାରପତି ତିନି ଜଜ ନିଯୁକ୍ତ କରିବେ। ବଡ଼ ଖଣ୍ଡପୀଠ ପାଖରେ ମାମଲାର ଶୁଣାଣି

Read More »