Live Odisha Tv

July 30, 2024

କ୍ରୀଡା

ପୁରୁଷ ହକି ଟିମର ବିଜୟ ଧାରା ଜାରି

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମର ବିଜୟ ଧାରା ଜାରି ରହିଛି। ଆଜି ଦଳ ଅପେକ୍ଷାକୃତ ଦୁର୍ବଳ ଆୟର୍ଲ୍ୟାଣ୍ଡକୁ ୨-୦ ଗୋଲରେ ହରାଇଛି। ଦଳ ପକ୍ଷରୁ ଦୁଇଟି ଯାକ ଗୋଲ ଅଧିନାୟକ ହରମନପ୍ରୀତ ସିଂହ ଦେଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ଦଳ ନ୍ୟୁଜିଲ୍ୟାଣ୍ଡକୁ ଓ ଦ୍ୱିତୀୟ ମ୍ୟାଚ୍‌ରେ ଆର୍ଜେଣ୍ଟିନା ସହ ସ୍ଥିତି ଡ୍ର ରଖିଥିଲା। ଏବେ ଭାରତ ତା’ର ପରବର୍ତ୍ତୀ ଦୁଇଟି ମୁକାବିଲାରେ ବେଲଜିୟମ ଓ ଅଷ୍ଟ୍ରେଲିଆକୁ ଭେଟିବ। ଆଜିର ମ୍ୟାଚ୍‌ରେ ଭାରତ ଆରମ୍ଭରୁ ହିଁ ଆୟର୍ଲ୍ୟାଣ୍ଡ ଉପରେ

Read More »
ତାଜା ଖବର

କେରଳ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ଶହେ ପାର

କେରଳ ୱାୟନାଡରେ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ଶହେ ପାର୍ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ୧୦୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ଥିବାବେଳେ ୧୨୮ ଜଣ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏବେ ମଧ୍ୟ ଶତାଧିକ ଲୋକ ମାଟି ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ନିଖୋଜ ଲୋକଙ୍କ ସନ୍ଧାନରେ ଏନଡିଆରଏଫ ଠାରୁ ଆରମ୍ଭ କରି ଆର୍ମି ମୁତୟନ ହୋଇଛନ୍ତି। ପ୍ରବଳ ବର୍ଷା ପରେ କେରଳର ୱାୟନାଡରେ ତାଣ୍ଡବ ରଚିଛି ପ୍ରକୃତି। ଗୋଟିଏ ପରେ ଗୋଟିଏ

Read More »
ତାଜା ଖବର

ଅଫିସରେ ସାଢ଼େ ୭ ଘଣ୍ଟା ରହିବା ବାଧ୍ୟତାମୂଳକ

ଅଫିସରେ ସାଢ଼େ ୭ ଘଣ୍ଟା ରହିବାକୁ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ନିଜ ବିଭାଗୀୟ କର୍ମଚାରୀଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି ଯେ, ଅଫିସରେ ୪ ଘଣ୍ଟାରୁ କମ୍ ସମୟ ରହିଲେ ଅନୁପସ୍ଥିତ ଧରାଯିବ। ୪ ଘଣ୍ଟାରୁ ଅଧିକ ଓ ସାଢ଼େ ୭ ଘଣ୍ଟାରୁ କମ୍ ହେଲେ ହାଫ୍ ଡେ’ ହେବ। କର୍ମଚାରୀମାନେ ସେମାନଙ୍କ ଯିବା ଆସିବା ସମୟ ବାୟୋମେଟ୍ରିକରେ ସୂଚିତ କରିବେ। ଅଫିସରୁ ବାହାରିବା ସମୟ ସୂଚିତ ନ ଥିଲେ ଅନୁପସ୍ଥିତ ଧରାଯିବ। ଏଥିରେ ଆହୁରି

Read More »