September 2, 2024

ତାଜା ଖବର

ଜିଏସଟି ଆଦାୟରେ ୧୦ ପ୍ରତିଶତ ଅଭିବୃଦ୍ଧି

ନୂଆଦିଲ୍ଲୀ : ଅଗଷ୍ଟରେ ମୋଟ ଜିଏସଟି ଆଦାୟ ୧୦ ପ୍ରତିଶତ ଅଭିବୃଦ୍ଧି ସହ ୧.୭୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଗତ ମାସ ଅଗଷ୍ଟମାସରେ ଉଲ୍ଲେଖନୀୟ ଜିଏସଟି ଆଦାୟ ହୋଇଛି ଏବଂ ଜିଏସଟି ସଂଗ୍ରହର ଏହି ତଥ୍ୟ ସବୁ କ୍ଷେତ୍ରରେ ସାମଗ୍ରୀ ଓ ସେବା ଟିକସ ବୃଦ୍ଧି ଦେଖାଉଛି। ଜିଏସଟି ଆଦାୟ ମଧ୍ୟରେ କେନ୍ଦ୍ରୀୟ ଜିଏସଟି (ସିଜିଏସଟି), ରାଜ୍ୟ ଜିଏସଟି (ଏସଜିଏସଟି) ଏବଂ ସମନ୍ୱିତ ଜିଏସଟି (ଆଇଜିଏସଟି)

Read More »
ତାଜା ଖବର

ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି

ନୂଆଦିଲ୍ଲୀ:  ଉପଭୋକ୍ତାଙ୍କ ଉପରେ ପୁଣି ମହଙ୍ଗା ମାଡ଼ ହୋଇଛି। ତୈଳ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। ସଂଶୋଧିତ ହାର ଅନୁଯାୟୀ ୧ ସେପ୍ଟେମ୍ବରଠାରୁ ବ୍ୟବସାୟିକ  ଗ୍ୟାସ ସିଲିଣ୍ଡରର ଦରରେ ୩୯  ଟଙ୍କା ବୃଦ୍ଧି କରାଯାଇଛି। ଏଭଳି ପରିସ୍ଥିତିରେ, ବର୍ତ୍ତମାନ ସେପ୍ଟେମ୍ବର ୧ ରୁ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ବର୍ଦ୍ଧିତ ଦରରେ ଉପଲବ୍ଧ ହେବ। ତେବେ କମ୍ପାନୀଗୁଡିକ ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ

Read More »
କ୍ରୀଡା

ପ୍ରିୟାଂଶ ଆର୍ଯ୍ୟ ୬ ବଲରେ ମାରିଲେ ୬ ଛକା

ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ତର ଯୁବରାଜ ସିଂହ ଭଳି ଚମକିଛନ୍ତି ଆଉ ଜଣେ ଯୁବ ଭାରତୀୟ। ସେ ମଧ୍ୟ ଯୁବରାଜଙ୍କ ଭଳି ୬ ବଲରେ ମାରିଛନ୍ତି ୬ ଛକା। କେବଳ ସେ ୬ ବଲରେ ୬ ଛକା ମାରି ନାହାନ୍ତି, ବରଂ ଶତକ ମଧ୍ୟ ହାସଲ କରିଛନ୍ତି। ଯୁବ ଭାରତୀୟ ଷ୍ଟାର ଜଣଙ୍କ ହେଲେ ପ୍ରିୟାଂଶ ଆର୍ଯ୍ୟ। ସେ ୬ ବଲରେ ଛକା ମାରିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ବର୍ତ୍ତମାନ ଦିଲ୍ଲୀ ପ୍ରିମିୟର ଟି-୨୦ ଲିଗ

Read More »