Live Odisha Tv

September 8, 2024

କ୍ରୀଡା

ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଚାଇନାକୁ ପରାସ୍ତ କଲା ଭାରତ

ପୁରୁଷ ଏସିଆନ ଚାମ୍ପିୟନ୍ସ ଟ୍ରଫିର ଅଷ୍ଟମ ସଂସ୍କରଣ ଆଜିଠାରୁ ଚାଇନାର ହୁଲୁନବୁଇରରେ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ରେ ୩-୦ ଗୋଲରେ ଚାଇନାକୁ ପରାସ୍ତ କରିଛି ଡିଫେଣ୍ଡିଂ ଚାମ୍ପିୟନ ଭାରତ। ଭାରତୀୟ ଟିମ୍ ପକ୍ଷରୁ ସୁଖଜୀତ ସିଂହ, ଉତ୍ତମ ସିଂହ ଓ ଅଭିଷେକ ଏହି ତିନୋଟି ଗୋଲ୍ କରିଥିଲେ। ଭାରତ ପାଇଁ ପ୍ରଥମ ଗୋଲ୍ କରିଥିଲେ ସୁଖଜୀତ ସିଂହ। ୧୪ତମ ମିନିଟ୍‌ରେ ସେ ଏହି ଗୋଲ୍ କରିଥିଲେ। ତା’ପରେ ଆଉ ପଛକୁ ଦେଖି ନଥିଲା ଦଳ। ଭାରତ ଦ୍ୱିତୀୟ ଗୋଲ

Read More »
ତାଜା ଖବର

ଚାଷୀଙ୍କୁ ରାଜ୍ୟ ସରକାରଙ୍କ ନୂଆଁଖାଇ ଭେଟି

ଚାଷୀଙ୍କୁ ରାଜ୍ୟ ସରକାରଙ୍କ ନୂଆଁଖାଇ ଭେଟି। ଆସିଲା ସିଏମ୍ କିଷାନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସମ୍ବଲପୁରରେ ଏହି ଯୋଜନାର ଶୁଭାରମ୍ଭ କରି ପ୍ରଥମ କିସ୍ତି ବାବଦ ୯୨୫ କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ଏଥିସହ ସିଏମ୍ ଓ ପିଏମ୍ କିଷାନରେ ନୂଆ ହିତାଧିକାରୀଙ୍କ ନାମ ପଞ୍ଜିକରଣ ପାଇଁ ସିଏମ କିଷାନ୍‌ ପୋର୍ଟାଲର ମଧ୍ୟ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସିଏମ୍ କିଷାନ୍ ଯୋଜନା ପାଇଁ ସମ୍ବଲପୁର ଜିଏମ୍‌ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଆୟୋଜିତ କାର୍ଯ୍ୟକ୍ରମରେ

Read More »
କ୍ରୀଡା

ବାଂଲାଦେଶ ବିପକ୍ଷ ଟେଷ୍ଟ୍ ପାଇଁ ଦଳ ଘୋଷଣା

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ପାଇଁ ଆଜି ଦଳ ଘୋଷଣା କରିଛି ବିସିସିଆଇ। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଘୋଷଣା କରାଯାଇଥିବା ୧୬ ଜଣିଆ ଦଳରେ ସ୍ଥାନ ପାଇଛନ୍ତି ୱିକେଟ୍ କିପର ଋଷ ପନ୍ଥ। ଏହା ସହିତ ପ୍ରାୟ ୨ ବର୍ଷ ପରେ ଟେଷ୍ଟକୁ ଫେରିଛନ୍ତି ଋଷଭ। ଶେଷଥର ପାଇଁ ୨୦୨୨ ଡିସେମ୍ବରରେ ସେ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ସେହିପରି କେଏଲ ରାହୁଲ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ କେବଳ ଜଣେ ବ୍ୟାଟର ଭାବେ ପ୍ରତ୍ୟାବର୍ତ୍ତନ

Read More »
ଅପରାଧ

ରାଜଧାନୀରେ ମାତିଛନ୍ତି ହାଉସ୍ ରେଣ୍ଟ ବ୍ରୋକର୍

ରାଜଧାନୀରେ ମାତିଛି ହାଉସ୍ ରେଣ୍ଟ ବ୍ରୋକର୍। OLXରେ ଘର ଭଡ଼ା ବିଜ୍ଞାପନ ଦେଇ ଗ୍ରାହକଙ୍କୁ ଲଗାଉଛି ଚୂନ। ଗୋଟିଏ ଘରକୁ ଏକାଧିକ ବ୍ୟକ୍ତିଙ୍କୁ ଦେଖାଇ ଲୁଟି ନେଇଛି ଲକ୍ଷାଧିକ ଟଙ୍କା। ଅଫଲାଇନ୍ ହେଉ କି ଅନଲାଇନ୍ ସବୁ ଫୋରମରେ ଦଲାଲ ସକ୍ରିୟ ରହିଛନ୍ତି। ଖାଲି ଭଡ଼ାଟିଆ ନୁହଁନ୍ତି, ଘର ମାଲିକଙ୍କୁ ମଧ୍ୟ ଚିଟିଂ କରିଛି। ଏନେଇ ଅଭିଯୋଗ ହେବା ଅଭିଯୁକ୍ତ ଯୁବକକୁ ଧରିବା ପାଇଁ ଜାଲ ବିଛାଇଛି କମିଶନରେଟ୍‌ ପୁଲିସ୍‌। ଝାଡ଼ଖଣ୍ଡର ଶିଖା ଗୁପ୍ତା ଶର୍ମା ଜଣେ

Read More »
ତାଜା ଖବର

ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମ ବଙ୍ଗପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । ଉପକୂଳ ଜିଲ୍ଲାର ତଳିଆ ଅଞ୍ଚଳକୁ ବିପଦ ଥିବା ନେଇ ସୂଚନା ଦିଆଯାଇଛି । ଅବପାତ ଉତ୍ତର ଦିଗରେ ଗତି କରି ଉତ୍ତର-ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଗତି କରିବ । ଏହାର ପ୍ରଭାବରେ  ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫

Read More »