Live Odisha Tv

September 18, 2024

ତାଜା ଖବର

ଉତ୍ତର ବାଲେଶ୍ୱରରେ ଜଳ ପ୍ରଳୟ

ଉତ୍ତର ବାଲେଶ୍ୱରରେ ଜଳ ପ୍ରଳୟ ଆଣିଛି ସୁବର୍ଣ୍ଣରେଖା, ଜଳକା ଓ ବୁଢାବଳଙ୍ଗ। ସୌସୁମୀ ବର୍ଷା ଓ ଝାରଖଣ୍ଡ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଉତ୍ତର ବାଲେଶ୍ୱରରେ ପ୍ରବାହିତ ହେଉଥିବା ଏହି ୩ ନଦୀରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେଉଛି। ଯେଉଁଥିପାଇଁ ରାସ୍ତାରେ ପ୍ରବାହିତ ହେଉଛି ୩ରୁ ୪ ଫୁଟ୍‌ ଉଚ୍ଚର ପାଣି। ଗତ ୩ ଦିନ ହେଲା ଭୋକିଲା ଜୀବନ ବିତାଉଛନ୍ତି ଜଳେଶ୍ୱର, ଭୋଗରାଇ, ବାଲିଆପାଳ, ବସ୍ତା ଓ ସଦର ବ୍ଲକର କିଛି ପଞ୍ଚାୟତର

Read More »
ତାଜା ଖବର

ଦେଶରେ ଏକକ ନିର୍ବାଚନକୁ ନେଇ ଦୋ ଛକିରେ ବିଜେଡି

ଦେଶରେ ଏକକ ନିର୍ବାଚନକୁ ନେଇ ରାମନାଥ କୋବିନ୍ଦଙ୍କ କମିଟି କରିଥିବା ସୁପାରିଶକୁ ଆଜି କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେବା ପରେ ରାଜ୍ୟ ରାଜନୀତି ଉଷ୍ମ ହୋଇଛି। ଏକକ ନିର୍ବାଚନକୁ କଂଗ୍ରେସ ସିଧାସଳଖ ବିରୋଧ କରୁଥିବାବେଳେ ମାତ୍ର ୮ ମାସ ପୂର୍ବରୁ ସମର୍ଥନ ଦେଇଥିବା ବିଜେଡି ଏବେ ବିରୋଧ ଆରମ୍ଭ କରିଛି। ବିଜେଡି ଚଳିତ ବର୍ଷ ଜାନୁୟାରୀ ୨୪ ତାରିଖରେ ରାମନାଥ କୋବିନ୍ଦଙ୍କ ନେତୃତ୍ୱାଧୀନ ଉଚ୍ଚସ୍ତରୀୟ କମିଟିକୁ ଚିଠି ଲେଖି ଦେଶରେ ଏକକ ନିର୍ବାଚନକୁ ସମର୍ଥନ ଜଣାଇଥିଲା । ବିଭିନ୍ନ

Read More »
ତାଜା ଖବର

ଖରିଫ ଋତୁରୁ ଧାନର ଏମଏସପି ୩୧୦୦ଟଙ୍କା

ଚଳିତ ଖରିଫ ଋତୁରେ ଚାଷୀଙ୍କଠୁ ଧାନ କ୍ୱିଣ୍ଟାଲ ପିଛା ୩୧୦୦ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)ରେ ସଂଗ୍ରହ କରାଯିବ । ଚଳିତବର୍ଷ ମୋଟ ଏକ କୋଟି ମେଟ୍ରିକ ଟନ୍ ଧାନ ସଂଗ୍ରହ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଚାଷୀଙ୍କ ସୁବିଧା ନିମନ୍ତେ ମଣ୍ଡିରେ ସମସ୍ତ ପ୍ରକାରର ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଖରିଫ ଧାନ ସଂଗ୍ରହ ନେଇ ଏକ ଉଚ୍ଚସ୍ତରୀୟ

Read More »
ତାଜା ଖବର

ରତ୍ନ ଭଣ୍ଡାରର ହେଲା ଲେଜର ସ୍କାନିଂ

ପୁରୀ; ରତ୍ନ ଭଣ୍ଡାରର ହେଲା ଲେଜର ସ୍କାନିଂ । ରତ୍ନ ଭଣ୍ଡାର ତଦାରଖ କରି ଫେରିବା ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇ କହିଛନ୍ତି, ବିଶେଷଜ୍ଞ ଟିମ୍ ଦ୍ୱାରା ରତ୍ନ ଭଣ୍ଡାରର ଲେଜର ସ୍କାନିଂ କରାଯାଇଛି । ଏଏସଆଇ ଏଡିଜି ଜାନଭିଜ୍ ଶର୍ମା ନେତୃତ୍ୱରେ ଯାଞ୍ଚ କରାଯାଇଥିଲା । ୧୭ ଜଣିଆ ଟିମ୍ ତନ ତନ କରି ଯାଞ୍ଚ ସହ ଲେଜର ସ୍କାନିଂ କରିଛନ୍ତି ।ତେବେ ଆଜିର ଯାଞ୍ଚ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇନି ,ରାଡାର

Read More »