କ୍ରୀଡା
କିସ୍ର ୩ ବିଶ୍ୱ ବିଜୟୀଙ୍କୁ ଅଭିନନ୍ଦନ ଜଣାଇଲେ ଅଚ୍ୟୁତ ସାମନ୍ତ
ଭୁବନେଶ୍ୱର : ପାରମ୍ପରିକ କ୍ରୀଡ଼ା ଖୋଖୋରେ କିସ୍ ବିଶ୍ୱବିଦ୍ୟାଳୟର ୩ ଖେଳାଳି ପାବନି ଶବର, ଶୁଭଶ୍ରୀ ସିଂହ ଓ ମାଗାଇ ମାଝି ଇତିହାସ ରଚିଛନ୍ତି । ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇନ୍ଡୋର ଷ୍ଟାଡିୟମ୍ରେ ଆୟୋଜିତ ପ୍ରଥମ ଖୋ ଖୋ ବିଶ୍ୱକପରେ ଉଭୟ ପୁରୁଷ ଓ ମହିଳାରେ ଆୟୋଜକ ଭାରତ ବିଜେତା ହୋଇଛି । ଏଥିରେ ପୁରୁଷ ବର୍ଗରେ କିସ୍ ଛାତ୍ର ପାବନି ଶବର ସାମିଲ ହୋଇଥିବା ବେଳେ ମହିଳା ଦଳରେ ଶୁଭଶ୍ରୀ ସିଂହ ଓ ମାଗାଇ ମାଝି ସାମିଲ