ବିନା ଶିକ୍ଷାଗତ ଯୋଗ୍ୟତାରେ ଶେଖ ମୁନିର ହେଲେ,ତାଲିବାନ ନୂତନ ଶିକ୍ଷାମନ୍ତ୍ରୀ

SHARE NOW :
ନୁଆଦିଲ୍ଲୀ, ୯.୯ ( ଲାଇଭ୍ ଓଡିଶା ନ୍ୟୁଜ୍) : କୌଣସି ପିଏଚଡି ଡିଗ୍ରୀ, ମାଷ୍ଟର ଡିଗ୍ରୀ ମୁଲ୍ୟହୀନ, ତେବେ ଏପରି ଆଉ କେହି ନୁହେଁ ବିନା ଶିକ୍ଷାଗତ ଯୋଗ୍ୟତା ରେ ତାଲିବାନ ନୂତନ ଅନ୍ତରିଣ ଶିକ୍ଷାମନ୍ତ୍ରୀ ହୋଇଥିବା ଶେଖ ମଲଭୀ ନୁରୁଲ୍ଲା ମୁନିର କହିଛନ୍ତି । ତେବେ ଏହାର ଏକ ଭିଡିଓ ଏବେ ଆଫଗାନିସ୍ତାନରେ ବେସ ଭାଇରାଲ ହେବାକୁ ଲାଗିଛି ।
ତେବେ ସେ ଏକା ନୁହନ୍ତିଁ କ୍ଷମତାରେ ଥିବା ଅନ୍ୟ ତାଲିବାନ ମାନଙ୍କର ମଧ୍ୟ କୌଣସି ପିଏଚଡି, ଏମଏ କିମ୍ବା ହାଇସ୍କୁଲ ଡିଗ୍ରୀ ନାହିଁ । ବିନା ଶିକ୍ଷାଗତ ଯୋଗ୍ୟତା ବଳରେ ସର୍ବଶ୍ରେଷ୍ଠ ପଦ ପାଇଥିବାରୁ ପିଏଚଡି ଡିଗ୍ରୀ, ମାଷ୍ଟର ଡିଗ୍ରୀ ମୁଲ୍ୟହୀନ ବୋଲି ସେ କହିବା ସହ ଉଚ୍ଚଶିକ୍ଷାର ପ୍ରାସଙ୍ଗିକତା ଉପରେ ପ୍ରଶ୍ନ କରିଥିଲେ।