FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ୟେମେନରେ ବିସ୍ଫୋରଣ, ୧୨ମୃତ

ୟେମେନରେ ବିସ୍ଫୋରଣ, ୧୨ମୃତ

ୟେମେନରେ ବିସ୍ଫୋରଣ, ୧୨ମୃତ
SHARE NOW :

(ଲାଇଭ ଓଡିଶା ନ୍ୟୁଜ): ୟେମେନ ବିମାନବନ୍ଦରରେ ବଡ ବିସ୍ଫୋରଣ । ଏହି ଅଘଟଣରେ ଚାଲିଗଲା ୧୨ଜଣଙ୍କ ଜୀବନ । ବିମାନବନ୍ଦରର ମୁଖ୍ୟ ପ୍ରବେଶ ପଥଷର ବିସ୍ଫୋରଣ ହୋଇଥିବା ବେଳେ ଏହା ଆତଙ୍କବାଦୀଙ୍କ ଚକ୍ରାନ୍ତ ବୋଲି ସନ୍ଦେହ କରାଯାଉଛି । ସୁରକ୍ଷାକର୍ମୀଙ୍କ ସୂଚନାନୁସାରେ, ହୋଟେଲ ସାମ୍ନାରେ କାରରେ ବିସ୍ଫୋରଣ ହୋଇଥିଲା । ଅଘଟଣରେ ୧୨ ଜଣ ଜୀବନ ହାରିଛନ୍ତି । ଏହାସହ ଅନେକ ଆହତ ମଧ୍ୟ ହୋଇଛନ୍ତି । କିଛିଜଣଙ୍କ ଅବସ୍ଥା ସାଙ୍ଘାତିକ ରହିଛି । ତେବେ କେଉଁ କାରଣରୁ ବିସ୍ଫୋରଣ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ । କିଛିଦିନ ତଳେ ମଧ୍ୟ ଆଡେନ ଗଭର୍ଣ୍ଣରଙ୍କୁ ଟାର୍ଗେଟ୍ କରି କାର ବୋମା ବିସ୍ଫୋରଣ କରାଯାଇଥିଲା । ଏଥିରେ ୬ ଜଣ ପ୍ରାଣ ହରାଇଥିଲେ । ତେବେ ସୌଭାଗ୍ୟବଶତଃ ଗଭର୍ଣ୍ଣର ଅଳ୍ପକେ ବର୍ତ୍ତି ଯାଇଥିଲେ । ୟେମେନ ହେଉଛି ଅଲ-କାଏଦାର ଗଡ । ଆତଙ୍କବାଦୀ ସଙ୍ଗଠନ ଅନେକ ସମୟରେ ଏଠାରେ ନୀରିହଙ୍କୁ ଟାର୍ଗେଟ କରୁଛନ୍ତି ।

Leave a Reply

Your email address will not be published. Required fields are marked *

Related Posts