FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଜି-୨୦ ସମ୍ମିଳନୀ: ଆଫଗାନିସ୍ତାନରେ ମାନବିକ ଅଧିକାର ସହ ଜଡିତ ସମସ୍ୟାକୁ ନେଇ ଆଲୋଚନା

ଜି-୨୦ ସମ୍ମିଳନୀ: ଆଫଗାନିସ୍ତାନରେ ମାନବିକ ଅଧିକାର ସହ ଜଡିତ ସମସ୍ୟାକୁ ନେଇ ଆଲୋଚନା

ଜି-୨୦ ସମ୍ମିଳନୀ: ଆଫଗାନିସ୍ତାନରେ ମାନବିକ ଅଧିକାର ସହ ଜଡିତ ସମସ୍ୟାକୁ ନେଇ ଆଲୋଚନା
SHARE NOW :

ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଗତକାଲି ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ପ୍ରମୁଖ ଅର୍ଥନୀତିର ଏକ ସ୍ୱତନ୍ତ୍ର ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ବଡ ରାଷ୍ଟ୍ର ଯୋଗ ଦେଇଥିଲେ । ବୈଠକରେ ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତିକୁ ନିରିକ୍ଷଣ କରିବା ପଦକ୍ଷେପକୁ ସ୍ୱାଗତ କରିଛନ୍ତି ମୋଦି । ସମ୍ମିଳନୀରେ ମୋଦି ସମସ୍ତ ରାଷ୍ଟ୍ରଙ୍କୁ ବଡ ଆହ୍ୱାନ ଦେଇଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଏହି ଜି-୨୦ ସମ୍ମିଳନୀରେ ମୋଦି କହିଛନ୍ତି, ଆଫଗାନିସ୍ତାନ ଯେପରି କଠୋରପନ୍ଥୀ ଓ ଆତଙ୍କବାଦୀଙ୍କ ଉତ୍ସ ନ ହେବ ସେଥିପ୍ରତି ସବୁ ରାଷ୍ଟ୍ରଙ୍କୁ ଧ୍ୟାନ ଦେବା ଉଚିତ। ସେଥିପାଇଁ ସମସ୍ତେ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ । ଆଫଗାନ ନାଗରିକଙ୍କୁ ତତ୍କାଳ ଭାବେ ମାନବୀୟ ସହାୟତା ଓ ସେଠାରେ ସବୁ ପକ୍ଷଙ୍କୁ ନେଇ ପ୍ରଶାସନିକ କାର‌୍ୟ୍ୟ ଆରମ୍ଭ କରାଯିବା ଦରକାର। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପ ୨୫୯୩କୁ ଭିତ୍ତି କରି ଆଫଗାନର ସ୍ଥିତିକୁ ସୁଧାରିବାକୁ ହେବ ବୋଲି ମୋଦି ଆହ୍ବାନ ଦେଇଛନ୍ତି । ଏବଂ ଏହା ସହ ତାଲିବାନ କ୍ଷମତାକୁ ଫେରିବା ପରେ ଆଫଗାନିସ୍ତାନରେ ମାନବିକ ପରିସ୍ଥିତି, ଆତଙ୍କବାଦ ସହ ଜଡିତ ସମସ୍ୟା ତଥା ଆଫଗାନିସ୍ତାନରେ ମାନବିକ ଅଧିକାର ସହ ଜଡିତ ସମସ୍ୟାକୁ ନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Related Posts