FOLLOW US ON SOCIAL

  1. Home
  2. »
  3. ବିଦେଶ
  4. »
  5. ଚନ୍ଦ୍ରର ପୃଷ୍ଠରେ ରହସ୍ୟମୟୀ ଘର

ଚନ୍ଦ୍ରର ପୃଷ୍ଠରେ ରହସ୍ୟମୟୀ ଘର

ଚନ୍ଦ୍ରର ପୃଷ୍ଠରେ ରହସ୍ୟମୟୀ ଘର
SHARE NOW :

(ଲାଇଭ ଓଡିଶା ନ୍ୟୁଜ) : ସତରେ କଣ ଜହ୍ନ ରାଇଜରେ କିଏ ଜାଗାଟିଏ କିଣି ଘର ତୋଳିଦେଇଛି । କିଏ ଏହି ମହାନ ବ୍ୟକ୍ତି ଯିଏ କାଳ୍ପନିକକୁ ବାସ୍ତବତାରେ ପରିଣତ କରିଛି । ଚନ୍ଦ୍ରର ପୃଷ୍ଠରେ ଏହି ରହସ୍ୟମୟୀ ଘରଟିକୁ ଦେଖିବା ପରେ ଆପଣମାନଙ୍କ ମନରେ ଏହି ସମାନ ପ୍ରଶ୍ନ ଉଙ୍କି ମାରୁଛି ନାଁ । କେବଳ ଆପଣ କାହିଁକି ଖୋଦ୍ ବୈଜ୍ଞାନିକ ମାନେ ମଧ୍ୟ ଏହ କୁଡିଆକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଚାଇନାରେ ରୋଭର ପଠାଇଥିବା ଫଟୋରୁ ଏକ ରହସ୍ୟମୟ କୁଡ଼ିଆ ଦେଖିବାକୁ ମିଳିଛି। ଚନ୍ଦ୍ର ମିସନ ପାଇଁ ଚାଇନାର ଚାଙ୍ଗ-୪ ପ୍ରୋବ ଦ୍ବାରା ଚନ୍ଦ୍ରକୁ ପଠାଯାଇଥିବା ୟୁଟୁ-୨ ରୋଭର ଚନ୍ଦ୍ରରେ ଏକ କୁଡ଼ିଆ ଆକାର ବସ୍ତୁକୁ ଚିହ୍ନଟ କରିଛି। ଏହାକୁ ୨୦୧୮ ଡିସେମ୍ବର ୮ରେ ଲଞ୍ଚ କରାଯାଇଥିବା ବେଳେ ୨୦୧୯ ଜାନୁଆରି ୩ରେ ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧର ଆଇଟକେନ ବେସିନରେ ଥିବା ଭନ କରମାନ କ୍ରାଇଟରରେ ପ୍ରଥମ ଥର ପାଇଁ ଏହା ଅବତରଣ କରିଥିଲା। ଚନ୍ଦ୍ର ପୃଷ୍ଠରେ ପହଞ୍ଚିବାର ପ୍ରାୟ ଦୁଇବର୍ଷ ପରେ ୨୦୨୧ ନଭେମ୍ବରରେ ଏହି ରହସ୍ୟମୟ ବସ୍ତୁକୁ ଚିହ୍ନଟ କରାଯାଇଥିଲା। ଚନ୍ଦ୍ର ପୃଷ୍ଠରେ ଏହି ରହସ୍ୟମୟ କୁଡ଼ିଆ ଆକୃତିର ବସ୍ତୁକୁ ନେଇ ମହାକାଶ ବିଜ୍ଞାନୀମାନେ ଅଧିକ ପରୀକ୍ଷା ନିରୀକ୍ଷା ଆରମ୍ଭ କରି ଦେଇଛନ୍ତି। ୟୁଟ-୨ ରୋଭର ଭନ କରମାନ କ୍ରାଟର ଉକ୍ତ ଅଞ୍ଚଳରେ କାର‌୍ୟ୍ୟ ଜାରି ରଖିଛି। ବର୍ତ୍ତମାନର ଅବସ୍ଥାନଠାରୁ ୮୦ମିଟର ଦୂରରେ ଏହି ରହସ୍ୟମୟ ବସ୍ତୁକୁ ଠାବ କରାଯାଇଛି। ଚାଇନାର ବୈଜ୍ଞାନିକମାନେ କ୍ୟୁବ ଆକୃତିର ଏହି ବସ୍ତୁକୁ ରହସ୍ୟମୟ କୁଡ଼ିଆ ଭାବେ ନାମିତ କରିଛନ୍ତି। ୟୁଟ-୨ ମିସନ ସହିତ ଜଡିତ ବୈଜ୍ଞାନିକମାନେ ମଧ୍ୟ ଏହି ରହସ୍ୟମୟ ବସ୍ତୁ ଉପରେ ଆଶ୍ଚର‌୍ୟ୍ୟ ପ୍ରକଟ କରିଛନ୍ତି । ସେମାନେ କହିଛନ୍ତି ଯେ ଆଗାମୀ ୨-୩ ଦିନରେ ଆମେ ରୋଭରକୁ କ୍ରାଟରରୁ ବାହାର କରି ସେହି ରହସ୍ୟମୟ ବସ୍ତୁର ନିକଟବର୍ତ୍ତୀ ସ୍ଥାନକୁ ନେବାକୁ ଚେଷ୍ଟା କରିବୁ, ଯାହାଫଳରେ ଏକ ନିକଟତର ଚିତ୍ର ମିଳିପାରିବ । ଏତଦ ବ୍ୟତୀତ ଅନେକ ବୈଜ୍ଞାନିକ ଦାବି କରିଛନ୍ତି ଯେ ଏହି ରହସ୍ୟମୟ ଫଟୋଟି ଏକ ବିରାଟ ପଥର ହୋଇପାରେ । ଅବଶ୍ୟ, ଏହି ରହସ୍ୟ ରୋଭରର ନିକଟତର ହେବା ପରେ ହିଁ ସ୍ପଷ୍ଟ ହୋଇ ପାରିବ।

Leave a Reply

Your email address will not be published. Required fields are marked *

Related Posts