- Home
- »
- Breaking News
- »
- ଭୋଟରଙ୍କୁ ଭେଟୁଥିବା ବେଳେ ଛୁରାମାଡ: ସାଂସଦ ନିହତ
ଭୋଟରଙ୍କୁ ଭେଟୁଥିବା ବେଳେ ଛୁରାମାଡ: ସାଂସଦ ନିହତ

SHARE NOW :
ଲଣ୍ଡନ(ଲାଇଭ ଓଡିଶା ନ୍ୟୁଜ); ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କ ପାର୍ଟିରେ ଛୁରାମାଡ । ଏଥିରେ ତାଙ୍କର ଜଣେ ସାଂସଦ ଡେଭିଡ୍ ଆମେସ୍ ନିହତ ହୋଇଥିବାର ସୂଚନା ମିଳିଛି । ଗତକାଲି ଗୀର୍ଜାରେ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍ଙ୍କ ‘କଞ୍ଜରଭେଟିଭ୍ ପାର୍ଟି’ ଚାଲୁଥିବା ବେଳେ ସାଂସଦ ଡେଭିଡ୍ ଆମେସ୍ ତାଙ୍କ ଇଲେକ୍ଟୋରାଲ ଜିଲ୍ଲାର ଭୋଟର ମାନଙ୍କୁ ଭେଟୁଥିବା ବେଳେ ଜଣେ ବ୍ୟକ୍ତିି ତାଙ୍କୁ ଛୁରାମାଡ କରିଥିଲେ । ପୁଲିସ ତତ୍କ୍ଷଣାତ୍ ଗୀର୍ଜାରେ ଚଢ଼ାଉ କରି ୨୫ ବର୍ଷିୟ ଆତତାୟୀଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତୁ ଛୁରିକୁ ଜବତ କରିଛି। ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି ବୋଲି ସେମାନଙ୍କର ମନେହେଉ ନ ଥିବା କଥା ପୁଲିସ କହିଛି। ପୁଲିସ କହିଛି, ସାଂସଦଙ୍କୁ ବଞ୍ଚାଇବା ଲାଗି ଗୀର୍ଜା ମଧ୍ୟକୁ ଜରୁରୀକାଳୀନ ଚିକିତ୍ସା ସେବା ପ୍ରଦାନକାରୀଙ୍କୁ ଅଣାଯାଇଥିଲେ ବି, ସେମାନଙ୍କର ଉଦ୍ୟମ ବୃଥା ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଗଲା । ଏହି ଘଟଣା ସହ ଆତଙ୍କବାଦୀମାନଙ୍କ ସମ୍ପୃକ୍ତି ରହିଛି କି, ନାହିଁ, ତାହା ପୁଲିସ ତଦନ୍ତ କରୁଛି। ଘଟଣାସ୍ଥଳରେ ଥିବା ଜଣେ ସ୍ଥାନୀୟ କାଉନ୍ସିଲର୍ ଗଣମାଧ୍ୟମକୁ କହିଛନ୍ତି, ଡେଭିଡ୍ଙ୍କ ଉପରେ ଆତତାୟୀଜଣକ ବହୁବାର ଛୁରାମାଡ଼ କରିଥିଲେ। ଆମେସ୍ଙ୍କ ମୃତ୍ୟୁ ଖବର ପାଇ ଇଂଲଣ୍ଡ୍ ପାର୍ଲାମେଣ୍ଟ୍ରେ ଥିବା ସହଯୋଗୀମାନେ ଶୋକବ୍ୟକ୍ତି କରିବା ସହ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ପ୍ରତି ମାସର ପ୍ରଥମ ଓ ତୃତୀୟ ଶୁକ୍ରବାର ଦିନ ଡେଭିଡ୍ ନିୟମିତ ଭାବେ ଭୋଟର୍ମାନଙ୍କ ସହ ବାର୍ତ୍ତାଳାପ କରୁଥିଲେ। ର୍ଆମେସ୍ ବିବାହିତ ଓ ତାଙ୍କର ୫ଜଣ ସନ୍ତାନସନ୍ତତି ଅଛନ୍ତି। ୧୯୮୩ରେ ସେ ପ୍ରଥମେ ବେସିଲ୍ଡନ୍ରୁ ପାର୍ଲାମେଣ୍ଟ୍କୁ ନିର୍ବାଚିତ ହୋଇଥିଲେ। ପରେ ୧୯୯୭ରେ ସେ ସାଉଥ୍ଏଣ୍ଡ୍ େଓ୍ଵଷ୍ଟ୍ରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ।