FOLLOW US ON SOCIAL

  1. Home
  2. »
  3. ବିଦେଶ
  4. »
  5. ମଣିପୁରରେ ଯବାନଙ୍କ ସହ ପରିବାରକୁ ଆକ୍ରମଣ

ମଣିପୁରରେ ଯବାନଙ୍କ ସହ ପରିବାରକୁ ଆକ୍ରମଣ

ମଣିପୁରରେ ଯବାନଙ୍କ ସହ ପରିବାରକୁ ଆକ୍ରମଣ
SHARE NOW :

ମଣିପୁର( ଲାଇଭଓଡିଶା ନ୍ୟୁଜ)ବ୍ୟୁରୋ : ମଣିପୁର ଯବାନଙ୍କ ଉପରେ ଆକ୍ରମଣ । ଏହି ଆକ୍ରମଣରେ ରାଇଫଲ ସିଇଓ ଙ୍କ ସହ ତାଙ୍କ ପରିବାରରେ ସ୍ତ୍ରୀ ,ପୁଅ ଙ୍କ ସମେତ ୪ ଜଣ ମୃତ୍ୟୁ କରିଥିବା ନେଇ ସୂଚନା ମିଳିଛି । ଆସାମ ରାଇଫଲ ସିଓଙ୍କ ସମେତ ଏକାଧିକ ଯବାନ ଗୁରୁତର । ଚୁରାଚାନ୍ଦପୁର ଜିଲ୍ଲା ସିଂଘାଟରେ ରାଇଫଲର କମାଣ୍ଡିଂ ଅଫିସରଙ୍କ ଗାଡ଼ି ଯିବା ବାଟରେ ଆମ୍ବୁସ୍ ଲଗାଇ ହୋଇଥିଲା ଆକ୍ରମଣ । ଏହି ସମୟରେ କମାଣ୍ଡିଂ ଅଫିସରଙ୍କ ପରିବାର ଲୋକଙ୍କ ସହ କ୍ବିକ୍ ଆକ୍ସନ ଟିମର ସଦସ୍ୟମାନେ ଗାଡ଼ିରେ ଥିଲେ । ଘଟଣା ପଛରେ ମଣିପୁରର ଆତଙ୍କବାଦୀ ସଂଗଠନ ପିପୁଲ୍ସ ଲିବରେଶନ ଆର୍ମୀର ହାତ ଥିବା ଅନୁମାନ କରାଯାଉଛି । ମଣିପୁର ଲିବରେଶନ ଆର୍ମୀର ଗଠନ ୧୯୭୮ ମସିହାରେ ହୋଇଥିଲା । ଏହା ପୂର୍ବରୁ ମଣିପୁରରେ ଜୁନ୍ ୪, ୨୦୧୫ ରେ ଉଗ୍ରବାଦୀଙ୍କ ଆକ୍ରମଣରେ ଟଳିପଡିଲେ ୧୮ ଯବାନ୍ । ଏହି ଉଗ୍ରବାଦୀ ଆକ୍ରମଣରେ ଏହି ୨ଟି ସଙ୍ଗଠନର ପୁରା ସମ୍ପୃକ୍ତି ଥିବା ଜଣାପଡ଼ିଛି । ଜୁନ୍ ୪ ଆକ୍ରମଣରେ ଉଗ୍ରବାଦୀଙ୍କ ଦ୍ୱାରା ୧୮ ଭାରତୀୟ ଯବାନ୍ ପ୍ରାଣହାନି ଘଟିଥିଲା ଏବଂ ଏଥିରେ ଅନ୍ୟ ୧୧ ଜଣ ଗୁରୁତର ଭାବେ ଆହତ ମଧ୍ୟ ହୋଇଥିଲେ । ତେବେ ଉଗ୍ରବାଦୀଙ୍କ ଠିକଣାରେ ପହଞ୍ଚିବା ପୂର୍ବରୁ କମାଣ୍ଡରମାନଙ୍କୁ ପାଖାପାଖି ୫ କିଲୋମିଟର ପର‌୍ୟ୍ୟନ୍ତ ଚାଲିକି ଯିବାକୁ ପଡ଼ିଥିଲା । ତେବେ ଭାଗ ହୋଇଥିବା ୨ଟି ଦଳକୁ ପୁଣି ୨ଟି ସମୂହରେ ଭାଗ କରିଦିଆଗଲା । ସେମାନଙ୍କ ମଧ୍ୟରୁ ଗୋଟିଏ ଦଳକୁ ସିଧାସଳଖ ଆକ୍ରମଣର କରିବାର ଦାୟିତ୍ୱ ଦିଆଗଲା । ଅନ୍ୟ ଦଳଟିକୁ ବାହାର ଘେରାବନ୍ଦୀ ଦାୟିତ୍ୱରେ ରଖାଗଲା । କୌଣସି ବିଦ୍ରୋହୀ ଖସି ପଳାଇ ନଯିବା ପାଇଁ ଏମାନଙ୍କୁ ଘେରାବନ୍ଦୀ ଦାୟିତ୍ୱରେ ରଖାଯାଇଥିଲା । ଏହି ଅଭିଯାନ ପାଖାପାଖି ୪୦ ମିନିଟ୍ ଧରି ଚାଲିଲା । ଏଥିରେ ଶିବିରରେ ଉପସ୍ଥିତ ସମସ୍ତ ଉଗ୍ରବାଦୀଙ୍କୁ ମାରି ଦିଆଗଲା, ଏହାସହ ରକେଟ୍ ଲଞ୍ଚର ସାହାର‌୍ୟ୍ୟରେ ଆଉ ଏକ ଉଗ୍ରବାଦୀ ଠିକଣାରେ ନିଆଁ ମଧ୍ୟ ଲଗାଇ ଦିଆଗଲା । ଏହି ଅଭିଯାନ ପାଇଁ ସ୍ୱତନ୍ତ୍ର ଭାବେ ମିଆଁମାର ର କିଛି ଅଧିକାରୀଙ୍କ ସହ ସମ୍ପର୍କ ରଖାଯାଇଥିଲା । ପରିସ୍ଥିତି ଅଧିକ ବିଗିଡିଲେ ସେଠାରୁ ସେନାଙ୍କୁ ବାହାର କରିବା ପାଇଁ ଏମ୍ଆଇ ୧୭ ହେଲିକପ୍ଟର ମଧ୍ୟ ପ୍ରସ୍ତତ ଥିଲା । ପୁରା ଗୁଇନ୍ଦା ସୂଚନା ଆଧାରରେ ଏହି ଅଭିଯାନକୁ କରାଗଲା ସଫଳ । ଏହା ପର୍ବରୁ ୧୯୮୨ରେ ଏହିପରି ଉଗ୍ରବାଦୀ ଆକ୍ରମଣ ହୋଇଥିଲା । ଯେଉଁଥିରେ ୨୦ ଜଣ ଯବାନ୍ ପ୍ରାଣ ହରାଇଥିଲେ । ସେହି ସମୟରେ ଉଗ୍ରବାଦୀମାନେ ପ୍ରଥମ ଥର ପାଇଁ ଆର୍ପିଜି ବା ରକେଟ୍ ଲଞ୍ଚର୍ସର ବ୍ୟବହାର କରିଥିଲେ । ସେହି ସମୟରେ ମଧ୍ୟ ଏନ୍ଏସ୍ସିଏନ୍ ଖପଲାଙ୍ଗ୍ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । ଏହି ସଙ୍ଗଠନରେ ପାଖାପାଖି ୨ ହଜାର ଉଗ୍ରବାଦୀ ଅଛନ୍ତି । ମଣିପୁର ଚନେ୍ଦଲ ଜିଲ୍ଲା ସମେତ ଅନେକ ପାହାଡିଆ ଅଞ୍ଚଳରେ ଏମାନଙ୍କର ଠିକଣା ସବୁ ରହିଛି ।

Leave a Reply

Your email address will not be published. Required fields are marked *

Related Posts