କରୋନା ପରେ ଆସୁଛି ନୋରୋ ଭାଇରସ୍

SHARE NOW :
କେରଳ (ଲାଇଭ ଓଡିଶା ନ୍ୟୁଜ )ବ୍ୟୁରୋ : କରୋନା ର କାୟାରୁ ସମ୍ପୁର୍ଣ୍ଣରୁପେ ଛାଡ ପାଇନି ବିଶ୍ୱ । ଏପଟେ ପୁଣି କେରଳରେ ଦେଖାଦେଇଛି ନୂଆ ଭାଇରସ୍ । କରୋନା ପରେ ଚିନ୍ତା ବଢଉଛି ନୋରୋ ଭାଇରସ୍ ।ବିଶେଷଜ୍ଞଙ୍କ ମତ ବିଭିନ୍ନ ଜୀବଙ୍କ ଶରୀରରୁ ଜାତ ଏହି ନୋରୋ ଭାଇରସ୍ ।ଏବଂ ଏହା ଦୂଶିତ ଜଳବାୟୁ ଏବଂ ପ୍ରଦୂଷିତ ଜଳବାୟୁରୁ ବ୍ୟାପିଥାଏ । କେରଳର ୱାୟନାଡ଼ ଜିଲ୍ଲାରେ ଏହି ଭୂତାଣୁ ନିଜର କାୟା ବିସ୍ତାର କରିଛି । ୧୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଛି । ନୋରୋଭାଇରସ ପ୍ରତି ସତର୍କ ରହିବା ଲାଗି ପରାମର୍ଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ । ଏହି ଭୂତାଣୁ ଯୋଗୁ ଲୋକମାନଙ୍କ ପେଟ ଯନ୍ତ୍ରଣା ହେବା ସହ ଜଳାପୋଡ଼ା ,ପ୍ରବଳ ବାନ୍ତି ଓ ଡାଇରିଆ ହେବାର ଆଶଙ୍କା ଥାଏ । ଏହା ସହ ତଳିପେଟ ଯନ୍ତ୍ରଣା, ଜର, ମୁଣ୍ଡବ୍ୟଥା, ଶରୀର ପୀଡ଼ା ଅନୁଭୂତ ହୋଇଥାଏ ।ଏହି ଭାଇରସ୍ କରୋଲା ପରି ମଧ୍ୟ ନିଜର କାୟା ବିସ୍ଥାର କରିପାରେ । ରୋଗୀର ସଂର୍ମ୍ପକରେ ଆସିଲେ ଏହି ଭୂତାଣି ବାପିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ନୋରୋ ଭାଇରସ୍ କୁ ନେଇ ବସିଥିବା ବୈଠକରେ ବିଶେଷଜ୍ଞମାନେ ମତ ରଖିଛନ୍ତି ଯେ ରୋଗ ପ୍ରତିଶୋଧଖ ଶକ୍ତି ଅଧିକ ଥିବା ବ୍ୟକ୍ତିକୁ ଏହି ଭୂତାଣୁ ଆକ୍ରାନ୍ତ କରିବନାହିଁ ।