FOLLOW US ON SOCIAL

  1. Home
  2. »
  3. ବିଦେଶ
  4. »
  5. ପାକିସ୍ତାନରେ ଦେଖାଦେଇଛି ଉତ୍କଟ ଜଳ ସମସ୍ୟା

ପାକିସ୍ତାନରେ ଦେଖାଦେଇଛି ଉତ୍କଟ ଜଳ ସମସ୍ୟା

ପାକିସ୍ତାନରେ ଦେଖାଦେଇଛି ଉତ୍କଟ ଜଳ ସମସ୍ୟା
SHARE NOW :

ଦିଲ୍ଲୀ(ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ପଡ଼ୋଶୀ ଦେଶ ପାକିସ୍ତାନରେ ଠିକ୍ ସମୟରେ ଜଳ ସମସ୍ୟାର ସମାଧାନ ନହେଲେ ଦୁର୍ଭିକ୍ଷ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ । କିଛି ଦିନ ଭିତରେ ଚାଷ ଜମି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯିବ । ପାଣି ଟୋପାଏ ପାଇଁ ଡହଳ ବିକଳ ହେବେ ଲୋକେ ।  ଏକ ବିଶେଷଜ୍ଞ  ଟିମ୍ ଏ ସମ୍ପର୍କରେ ଇମ୍ରାନ୍ ଖାନଙ୍କୁ ସତର୍କ କରାଇଛନ୍ତି । ଅଭାବୀ ବର୍ଷା ଯୋଗୁଁ ନଦୀ ଗୁଡ଼ିକ ଶୁଖିଯିବା ପରେ ଦେଶରେ ଜଳ ଅଭାବ ସମ୍ପର୍କରେ ଚେତାବନୀ ଦିଆଯାଇଛି ।

ପ୍ରତି ବର୍ଷ ଦେଶରେ ମୁଣ୍ଡପିଛା ଜଳ ଉପଲବ୍ଧତା ୧୧୦୦ କୋଟି କ୍ୟୁବିକ୍ ମିଟର, ଯାହା ବର୍ତ୍ତମାନ ଅହେତୁକ ଭାବେ ହ୍ରାସ ପାଇବାରେ ଲାଗିଛି । ଫଳରେ ଦିନକୁ ଦିନ ସରକାରଙ୍କ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି । ଭୂତଳ ଜଳକୁ କାମରେ ଲଗାଇବା ମଧ୍ୟ ସହଜ ନୁହେଁ । କାରଣ ଭୂତଳ ଜଳରେ ଚାଷ କରିବାକୁ ତଥା ଅନ୍ୟାନ୍ୟ ବ୍ୟବହାର କରିବାକୁ ପାଖାପାଖି ୬୦୦ ଫୁଟ ଗଭୀରତା ପର୍ଯ୍ୟନ୍ତ ଯିବାକୁ ପଡିବ । ପୂର୍ବରୁ କେବଳ ୫୦ ଫୁଟ ଗଭୀର ପର୍ଯ୍ୟନ୍ତ ଗଲେ ସହଜରେ ପାଣିର ସ୍ରୋତ ମିଳି ଯାଉଥିଲା । ସେପଟେ ପ୍ରତିବର୍ଷ ଖରିଫ ଏବଂ ରବି ଫସଲରେ ୪୫ ପ୍ରତିଶତ ପର୍ଯ୍ୟନ୍ତ ଜଳ ଅଭାବ ଦେଖାଦେଉଛି । ଅନ୍ୟପଟେ  ଲାହୋର ସମେତ ପଞ୍ଜାବର ଛୋଟ ଏବଂ ବଡ ସହରରେ ଭୂତଳ ଜଳ ସ୍ତର ହ୍ରାସ ପାଇବାରେ ଲାଗିଛି ।

ନୂତନ ଜଳଭଣ୍ଡାର ନିର୍ମାଣ ନହେଲେ ତଥା ଜଳ ଅପଚୟ ବନ୍ଦ ନହେଲେ ପାକିସ୍ତାନ ଦୁର୍ଭିକ୍ଷ ପରି ପରିସ୍ଥିତିର ସମ୍ମୁଖୀନ ହେବ ବୋଲି ଜଳ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ଜନସଂଖ୍ୟା ବୃଦ୍ଧି, ଜଳ ହ୍ରାସ ଏବଂ ଜଳବାୟୁ ପରିବର୍ତ୍ତନ ହେତୁ ତୁରନ୍ତ ସତର୍କତା ଅବଲମ୍ବନ କରିବାକୁ ପଡିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *

Related Posts