FOLLOW US ON SOCIAL

  1. Home
  2. »
  3. ବିଦେଶ
  4. »
  5. ବର୍ଗରରେ ମଣିଷ ଆଙ୍ଗୁଠି

ବର୍ଗରରେ ମଣିଷ ଆଙ୍ଗୁଠି

ବର୍ଗରରେ ମଣିଷ ଆଙ୍ଗୁଠି
SHARE NOW :

ନୂଆଦିଲ୍ଲୀ,୧୭.୯( ଲାଇଭ୍ ଓଡିଶା ନ୍ୟୁଜ୍‌) : ଆଜି କାଲି ସମସ୍ତେ ରେଷ୍ଟୁରାଣ୍ଟ ଯାଇ ଖାଇବାକୁ ପସନ୍ଦ କରୁଛନ୍ତି । ଛୋଟରୁ ବଡ ଯାଏଁ ସମସ୍ତେ ଘରେ ଖାଇବା ବଦଳରେ ହୋଟେଲ ଯାଇ ଖାଇବାକୁ ପସନ୍ଦ କରୁଛନ୍ତି । ଘରେ ବସି ନିଜ ମନପସନ୍ଦର ଯେକୌଣସ ରେଷ୍ଟୁରାଣ୍ଟ ରୁ ଖାଦ୍ୟ ଅତି ସହଜରେ ଅଡର ମଧ୍ୟ କରି ହେଉଛି ।

ତେବେ ଏମିତି ଅର୍ଡର କରି ଖାଦ୍ୟ ଆଣିବା ସମୟରେ କେବେ କେବେ ଭୁଲ୍ ମଧ୍ୟ ଘଟିଥାଏ । ଯେମିତିକି ଗୋଟେ ଖାଇବା ମଗାଇଲା ବେଳେ ଅନ୍ୟ କିଛି ଆସିଥାଏ । ହେଲେ ଏମିତି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଏହା କିଛି ଛୋଟ ମୋଟ ଘଟଣା ନୁହେଁ ବରଂ ବିଶ୍ବାସ ହେଉନଥିବା ଜିନିଷ ।

ସୁଚନା ମୁତାବକ ଜଣେ ମହିଳା ଅନଲାଇନ୍ ରେ ବର୍ଗର ଅର୍ଡର୍ କରିଥିଲେ । ହେଲେ ଖାଇବା ସମୟରେ ସେଥିରୁ ଏକ ମଣିଷ ଆଙ୍ଗୁଠି ଦେଖିବାକୁ ମିଳିଥିଲା। ଏନେଇ ମହିଳା ଜଣକ ଏକ ଫଟୋ ଉଠାଇ ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ । ଏବେ ଫଟୋଟି ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।ଘଟଣାଟି ହେଉଛି ଆମେରିକାର ବଲିଭିଆର ।

ସେଠାରେ ଥିବା ଏକ ହୋଟେଲରୁ ମହିଳା ଜଣକ ବର୍ଗର୍ ଅର୍ଡର୍ କରିଥିଲେ । ହେଲେ ସେଥିରୁ ଆଙ୍ଗୁଠି ବାହାରିବା ପରେ ସେ ଆଶ୍ଚଯ୍ୟ ହୋଇଯାଇଥିଲେ।
ତେବେ ସୁଚନା ମୁତାବକ ବର୍ଗରରେ ମିଳିଥିବା ଆଙ୍ଗୁଠିଟି ହେଉଛି ଉକ୍ତ ହୋଟେଲର ଜଣେ କର୍ମଚାରୀଙ୍କର । ସେ କାମ କରିବା ସମୟରେ ନିଜ ଆଙ୍ଗୁଠିକୁ କାଟି ଦେଇଥିଲେ ।ସେଠାରୁ ପ୍ରାୟ ୨୦ଟି ହୋଟେଲ କୁ ବର୍ଗର୍ ସପ୍ଲାଏ ହୋଇଥାଏ । ତେବେ କଟର୍ ମେସିନ୍ ରେ କାମ କରିବା ସମୟରେ ସେ ନିଜର ଦୁଇଟି ଆଙ୍ଗୁଠି ହରାଇ ବସିଥିଲେ । ସେ ସମୟରେ ତାଙ୍କୁ ଖୁବ୍ ଶୀଘ୍ର ମେଡିକାଲ୍ କୁ ନିଆଯାଇଥିଲା ।

ଏହି ଘଟଣାକୁ କେନ୍ଦ୍ର କରି ଏବେ ତଦନ୍ତ ଚାଲିଛି । ହୋଟେଲରେ କାମ କରୁଥିବା କର୍ମଚାରୀ ମାନେ ବର୍ଗରଟିକୁ ପ୍ୟାକ୍ କରିବା ସମୟରେ କିପରି ଜାଣିପାରିଲେ ନାହିଁ ସେନେଇ ଅଧିକ ତଦନ୍ତ କରାଯାଉଛି । ଏନେଇ ଉକ୍ତ ମହିଳା ଜଣକ କହିଛନ୍ତି ଯେ, ଏହି ମାମଲା ପଛରେ ଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ।

Leave a Reply

Your email address will not be published. Required fields are marked *

Related Posts