- Home
- »
- Breaking News
- »
- ମେକ୍ସିକୋରେ ମର୍ମନ୍ତୁଦ ଦୁର୍ଘଟଣା, ୧୯ମୃତ, ୩୨ଆହତ
ମେକ୍ସିକୋରେ ମର୍ମନ୍ତୁଦ ଦୁର୍ଘଟଣା, ୧୯ମୃତ, ୩୨ଆହତ

SHARE NOW :
ଲାଇଭ ଓଡିଶା ନ୍ୟୁଜ: କୋଠାଘରେ ପିଟି ହୋଇଗଲା ତୀର୍ଥଯାତ୍ରୀ ବସ୍ । ଦୁର୍ଘଟଣାରେ ଚାଲିଗଲା ୧୯ଜଣ ବ୍ୟକ୍ତିଙ୍କର ଜୀବନ । ଏଥିସହ ୩୨ ଜଣ ଗୁରୁତର ଆହତ । ଗତ ଶୁକ୍ରବାର ଦିନ କେନ୍ଦ୍ରୀୟ ମେକ୍ସିକୋର ଏକ ଧର୍ମପୀଠକୁ ତୀର୍ଥଯାତ୍ରୀଙ୍କୁ ନେଇ ଗୋଟିଏ ବସ ଯାଉଥିବା ବେଳେ ହଠାତ ଭାରସାମ୍ୟ ହରାଇ ବସଟି ଏକ କୋଠାଘରେ ପିଟି ହୋଇଯାଇଥିଲା । ସଙ୍ଗେ ଆହତମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଏତେ ଗୁରୁତର ହୋଇପଡ଼ିଲା ଯେ, ସେମାନଙ୍କୁ ବିମାନ ଯୋଗେ ଟୋଲୁକାସ୍ଥିତ ଡାକ୍ତରଖାନାକୁ ନେବାକୁ ପଡିଥିଲା । ମେକ୍ସିକୋ ସିଟିର ଦକ୍ଷିଣପଶ୍ଚିମରେ ଥିବା ଟାଉନ୍ସିପ୍ ଜୋକ୍ବିସିଙ୍ଗୋରେ ଦୁର୍ଘଟଣା ଘଟିଥିବା କଥା ରାଜ୍ୟ ସହକାରୀ ଗୃହ ସଚିବ ରିକାର୍ଡୋ ଡି ଲା କ୍ରୁଜ୍ କହିଛନ୍ତି। ବସ୍ଟି ପଶ୍ଚିମାଞ୍ଚଳ ରାଜ୍ୟ ମିଚୋଆକାନ୍ରୁ ଚାଲ୍ମା ଅଭିମୁଖେ ଯାତ୍ରା କରୁଥିଲା। ଶହ ଶହ ବର୍ଷ ଧରି ରୋମାନ୍ କ୍ୟାଥୋଲିକ୍ ତୀର୍ଥଯାତ୍ରୀମାନେ ଉକ୍ତ ସହରକୁ ଯାଉଛନ୍ତି। ଡିସେମ୍ବର ୧୨ ତାରିଖରେ ‘ଭର୍ଜିନ୍ ଅଫ୍ ଗୁଆଡାଲୁପ୍ ଦିବସ’ ପଡୁଥିବାରୁ ଅନେକ ମେକ୍ସିକୋବାସୀ ସେଠାକୁ ତୀର୍ଥ କରି ଯାଆନ୍ତି। ସହରର ଅଣଓସାରିଆ ରାସ୍ତାରେ ଅନେକ ଲୋକ ଚାଲି ଚାଲି କିଂବା ବାଇକ୍ରେ ଏବଂ ପୁରୁଣା ବସ୍ରେ ଯାତାୟାତ କରୁଥିବାରୁ ସେ ଅଞ୍ଚଳରେ ଦୁର୍ଘଟଣା କିଛି ଅସ୍ବାଭାବିକ ଘଟଣା ନୁହେଁ।