FOLLOW US ON SOCIAL

  1. Home
  2. »
  3. ବିଦେଶ
  4. »
  5. ଏକ ସାଥିରେ ଜନ୍ମ, ପାଠପଢା ଶେଷ, ଏବେ ଗର୍ଭବତୀ ! ପଢନ୍ତୁ ପୁରା କାହାଣୀ

ଏକ ସାଥିରେ ଜନ୍ମ, ପାଠପଢା ଶେଷ, ଏବେ ଗର୍ଭବତୀ ! ପଢନ୍ତୁ ପୁରା କାହାଣୀ

ଏକ ସାଥିରେ ଜନ୍ମ, ପାଠପଢା ଶେଷ, ଏବେ ଗର୍ଭବତୀ ! ପଢନ୍ତୁ ପୁରା କାହାଣୀ
SHARE NOW :

ୱାଶିଂଟନ (ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ଆମେରିକାର କାର୍ଲିଫୋର୍ଣ୍ଣିଆରେ ଗୋଟିଏ ସମୟରେ ଜନ୍ମ ନେଇଥିବା ତିନି ଭଉଣୀ ନିଜର ଜୀବନରେ ଏକ ନୂଆ ଅଭିଜ୍ଞତା ଆଣିଛନ୍ତି । ପ୍ରଥମତଃ ଏହି ୩ ଭଉଣୀ ଗୋଟିଏ ସମୟରେ ଜନ୍ମ ନେଇଥିଲେ । ସମାନ ସମୟରେ ସ୍କୁଲ-କଲେଜ ପାଠ ଶେଷ କଲେ । କିନ୍ତୁ ତିନି ଜଣ ଏବେ ଏକ ସମୟରେ ଗର୍ଭବତୀ ମଧ୍ୟ ହୋଇଛନ୍ତି । ଏହି ୩ ଭଉଣୀ କିଛି ମାସର ବ୍ୟବଧାନରେ ନିଜ ନିଜ ଶିଶୁଙ୍କୁ ଜନ୍ମଦେବାକୁ ଯାଉଛନ୍ତି । 

ଏହି ୩ ଭଉଣୀଙ୍କ ନାମ ଗିନା, ନୀନା ଓ ଭିକ୍ଟୋରିଆ । ଏମାନେ ୩୫ ବର୍ଷ ବୟସରେ ଗୋଟିଏ ସମୟରେ ଗର୍ଭବତୀ ହୋଇଛନ୍ତି । ଏହା ଏକ ବିରଳ ମୂହୁର୍ତ୍ତ । ଏକ ସ୍ଥାନୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ଭିକ୍ଟୋରିଆ କହିଛନ୍ତି, ସେମାନେ ତିନି ଭଉଣୀ ଏକ ସମୟରେ ଗର୍ଭବତୀ ହେବା ଏକ ସ୍ୱପ୍ନ ସତ ହେଲା ଭଳି । ପ୍ରଥମେ ଭିକ୍ଟୋରିଆ ଏବଂ ନୀନା ଗର୍ଭବତୀ ହୋଇଥିଲେ । ଏହା ପରେ ସେମାନଙ୍କର ଭଉଣୀ ଗିନା ଗର୍ଭବତୀ ହୋଇଥିଲା । ସେମାନେ ଗୋଟିଏ ସମୟରେ ମା’ ହେବା ପାଇଁ ଉଦ୍ୟମ କରିବେ । କିନ୍ତୁ ଏହା ନିଜ ହାତରେ ହେବା ସମ୍ଭବ ନୁହେଁ ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ୩ ଭଉଣୀ ଲଗୁନା ହିଲ୍ସର ମୋମୋରିଆଲ କେୟାର ସେଡଲବ୍ୟାକ ମେଡିକାଲ ସେଣ୍ଟରରେ ନିଜର ସନ୍ତାନମାନଙ୍କୁ ଜନ୍ମ ଦେବେ । ମାତ୍ର ସେଠାକାର ଡାକ୍ତର ଡାନିଏଲ ଷ୍ଟର୍ନଫେଲ୍ଡ କହିଛନ୍ତି ଯେ, ୩ଟି ଶିଶୁ ଭିନ୍ନ ଭିନ୍ନ ସମୟରେ ଜନ୍ମ ନେବେ । ସେମାନେ ଏକ ଅଥବା ୨ ମାସ ବ୍ୟବଧାନରେ ସନ୍ତାନର ଜନନୀ ହେବେ । 

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ନୀନା ପ୍ରଥମ ସନ୍ତାନକୁ ଜନ୍ମ ଦେବେ । ସେ ଅଗଷ୍ଟ ୨୮ରେ ଶିଶୁକୁ ଜନ୍ମ ଦେଇପାରନ୍ତି । ଗିନା ପୂର୍ବରୁ ୨ଜଣ ଶିଶୁଙ୍କ ମା’ ହୋଇସାରିଛନ୍ତି । ତାଙ୍କର ୮ ଓ ୫ ବର୍ଷର ପୁଅ-ଝିଅ ଅଛନ୍ତି । ଭିକ୍ଟୋରିଆଙ୍କ ୨ୟ ସନ୍ତାନ ଜନ୍ମ ହେବାର ଅଛି । 

Leave a Reply

Your email address will not be published. Required fields are marked *

Related Posts