FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନ ଦିଲ୍ଲୀ ଏମ୍ସରେ ଭର୍ତ୍ତି

ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନ ଦିଲ୍ଲୀ ଏମ୍ସରେ ଭର୍ତ୍ତି

ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନ ଦିଲ୍ଲୀ ଏମ୍ସରେ ଭର୍ତ୍ତି
SHARE NOW :

ଦିଲ୍ଲୀ(ଲାଇଭ୍ଓଡ଼ିଶା ନ୍ୟୁଜ୍‌): ତିହାର ଜେଲରେ ଦିନ କାଟୁଥିବା ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି । ଛୋଟା ରାଜନକୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ଛୋଟା ରାଜନର ପେଟରେ ଯନ୍ତ୍ରଣା ହେଉଥିବା ଜଣାପଡିବା ପରେ ଏମ୍ସରେ ଭର୍ତ୍ତି କରାଯାଇଛି ।   

ତିହାର ଜେଲର ୨ ନମ୍ବର ସେଲରେ ଦିନ କାଟୁଥିବା ଛୋଟାରାଜନ ମଙ୍ଗଳବାର ଅସୁସ୍ଥ ହୋଇଥିଲା । ତା’ର ପେଟ ଯନ୍ତ୍ରଣା ହୋଇଥିଲା । ସୁରକ୍ଷାକର୍ମୀ ଏବାବଦରେ ଜାଣିବା ପରେ ଜେଲର ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଛୋଟା ରାଜନର ଚିକିତ୍ସା ପାଇଁ ଡାକ୍ତରଙ୍କୁ ଡକାଯାଇଥିଲା । ଆରମ୍ଭରୁ ଜେଲର ଡାକ୍ତରମାନେ ଛୋଟାରାଜନର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ନେଇ ଜେଲର ଡାକ୍ତର ଜାଣି ନପାରିବା ପରେ ତାକୁ ଅଧିକ ଚିକିତ୍ସା ପାଇଁ ଏମ୍ସ ସ୍ଥାନାନ୍ତରିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Related Posts