FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଅମିତ ଶାହାଙ୍କ ଶ୍ରୀନଗର ଗସ୍ତ: ଆତଙ୍କବାଦୀଙ୍କ ନିପାତ ପାଇଁ ହେଉଛି ମାଷ୍ଟର ପ୍ଲାନ୍

ଅମିତ ଶାହାଙ୍କ ଶ୍ରୀନଗର ଗସ୍ତ: ଆତଙ୍କବାଦୀଙ୍କ ନିପାତ ପାଇଁ ହେଉଛି ମାଷ୍ଟର ପ୍ଲାନ୍

ଅମିତ ଶାହାଙ୍କ ଶ୍ରୀନଗର ଗସ୍ତ: ଆତଙ୍କବାଦୀଙ୍କ ନିପାତ ପାଇଁ ହେଉଛି ମାଷ୍ଟର ପ୍ଲାନ୍
SHARE NOW :

ଶ୍ରୀନଗର (ଲାଇଭ ଓଡିଶା ନ୍ୟୁଜ ): ଜମ୍ମୁକଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରଥମ ଥର ଶ୍ରୀନଗର ଗସ୍ତ କରିବେ । କଶ୍ମୀରରେ ଆତଙ୍କବାଦୀଙ୍କ ଆତଙ୍କୀ କାର୍ଯ୍ୟକଳାପ ବଢିଥିବା ଯୋଗୁ ଶାହା ଶ୍ରୀନଗର ଗସ୍ତ କରୁଛନ୍ତି । କଶ୍ମୀରରେ ସାଧରଣ ନାଗରିକଙ୍କ ଉପରେ ଟାର୍ଗେଟ କରାଯାଉଥିବାରୁ ଶାହାଙ୍କର ଏହି ଗସ୍ତ ଖୁବ ଗୁରୁତ୍ୱପୂର୍ଣ୍ଣ ମନେ ହେଉଛି । ଏହି ସମୟରେ ଶାହାଙ୍କ ଗସ୍ତ ପାଇଁ କଡା ସୁରକ୍ଷା କରାଯାଇଛି । ଏହାସହିତ ଶ୍ରୀନଗରରେ ୨୦ରୁ ୨୫ ଅତିରିକ୍ତ କଂପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି । ପ୍ରଥମ ଥର ପାଇଁ ଶ୍ରୀନଗର ସହରକୁ ଡ୍ରୋନ୍ ଗ୍ରିଡ୍ରେ ବିଭାଜନ କରାଯାଇଛି। ସିଆରପିଏଫ୍ ସାଉଥ୍ ରେଂଜ୍ର ଡିଆଇଜି ଜନ୍ ମାଥ୍ୟୁସ୍ କହିଛନ୍ତି, ଡାଲ୍ ଲେକ୍ ୧୫ କିମି ପରିବ୍ୟାପ୍ତ ଅଟେ ଏବଂ ୭ଟି ସ୍ପିଡ୍ ବୋଟ୍ ଦ୍ବାରା ଏହାକୁ ସୁରକ୍ଷା ଦିଆଯିବ। ସହର ସାରା ସିସିଟିଭି ଲଗାଇବା ସହ ସାର୍ପସୁଟର ଓ ସ୍ନାଇପର ମୁତୟନ କରିଛନ୍ତି।ସାଧା ପୋଷାକରେ ଶ୍ରୀନଗରରେ ସୁରକ୍ଷାକର୍ମୀ ମୁତୟନ ହେବେ। ଶ୍ରୀନଗରରେ ୧୦ ସିଆରପିଏଫ୍ କମ୍ପାନି ଏବଂ ୧୫ ବିଏସଏଫ୍ ଟିମ୍ ମୁତୟନ ହୋଇଛନ୍ତି। କେନ୍ଦ୍ରୀୟ କାଶ୍ମୀର ଡିଆଇଜି ସୁଜିତ ସିଂହ କହିଛନ୍ତି, ଗୃହମନ୍ତ୍ରୀଙ୍କ ଗସ୍ତ ଅବସରରେ ସମଗ୍ର ଶ୍ରୀନଗର ସହରକୁ ଡ୍ରୋନ୍ ଗ୍ରିଡ୍ରେ ବିଭାଜନ କରାଯାଇଛି। ସୁରକ୍ଷା ସ୍ଥିତି ତଦାରଖ ପାଇଁ ସିଆରପିଏଫ୍ ଡିଜି କୁଲଦୀପ ସିଂହ ଏବେ କାଶ୍ମୀରରେ ଅଛନ୍ତି। ଆଇବି ନିର୍ଦ୍ଦେଶକ ମଧ୍ୟ ଆଜି ଶ୍ରୀନଗର ଯାଇଛନ୍ତି। ସେହିପରି ସମସ୍ତ ଶୀର୍ଷ ସିଏପିଏଫ୍ ଡିଜି, ଏନ୍ଏସଜି-ସିଆଇଏସଏଫ୍, ବିଏସଏଫ୍ ଏବଂ ସେନାର ଶୀର୍ଷ କମାଣ୍ଡର ଶ୍ରୀନଗରରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ସାମିଲ ହେବେ। ଇତି ମଧ୍ୟରେ କାଶ୍ମୀରରେ ଆତଙ୍କବାଦୀ ନିପାତ ବଡ଼ ଧରଣର ଅପରେସନ ଜାରି ରହିଛି।

Leave a Reply

Your email address will not be published. Required fields are marked *

Related Posts