ଆଫଗାନିସ୍ତାନରେ ଲାଗିଲା କଟକଣା, ବିରୋଧ ପ୍ରଦର୍ଶନ ପୂର୍ବରୁ ନେବାକୁ ହେବ ଅନୁମତି

SHARE NOW :
କାବୁଲ,୧୦.୯ (ଲାଇଭ୍ ଓଡିଶା ନ୍ୟୁଜ୍): ଆଫଗାନିସ୍ତାନରେ ତାଲିବାନ ସରକାର ଗଢ଼ିଛି । ଏଥିସହ କିଛି ନୂଆ ନିୟମ ମଧ୍ୟ ପ୍ରସ୍ତୁତ କରିଛି ତାଲିବାନ ସରକାର । ସୁଚନା ଅନୁଯାଇ ସରକାରଙ୍କ ବିରୋଧରେ ଆଫଗାନିସ୍ତାନର ନାଗରିକ ବିରୋଧୀ ସ୍ୱର ଉଠାଇପାରିବେ ନାହିଁ ବୋଲି ତାଲିବାନ ଗୃହ ମନ୍ତ୍ରାଳୟ ନୂଆ ନିୟମ କରିଛି ।
ଯେଉଁଥିରେ କି କୌଣସି ବିରୋଧ ପ୍ରଦର୍ଶନର ୨୪ ଘଣ୍ଟା ପୂର୍ବରୁ ଜଣାଇବାକୁ ପଡ଼ିବ । ନୂଆ ନିୟମ ଅନୁସାରେ କୌଣସି ବିରୋଧ ପ୍ରଦର୍ଶନ ଲାଗି ନ୍ୟାୟ ମନ୍ତ୍ରାଳୟ ଠାରୁ ଅନୁମତି ନେବାକୁ ପଡ଼ିବ । ଏଥି ସହିତ ବିରୋଧ ପ୍ରଦର୍ଶନକୁ ଉସୁକାଇବା, ସ୍ଲୋଗାନ ସମୟ ଏବ ପ୍ରଦର୍ଶନ ସହିତ ଜଡ଼ିତ ଅନ୍ୟ ସବୁ କିଛି ଘଟଣା କ୍ରମ ସୁରକ୍ଷା ସଂସ୍ଥାକୁ କହିବାକୁ ପଡ଼ିବ। ସରକାରଙ୍କ ନିୟମ ପାଳନ କରୁନଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି
ତାଲିବାନ ସରକାର କହିଛି ।