FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ଆମେରିକାର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ହକ୍କାନୀ, ଆଫ୍ଗାନିସ୍ତାନର ଗୃହମନ୍ତ୍ରୀ

ଆମେରିକାର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ହକ୍କାନୀ, ଆଫ୍ଗାନିସ୍ତାନର ଗୃହମନ୍ତ୍ରୀ

ଆମେରିକାର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ହକ୍କାନୀ, ଆଫ୍ଗାନିସ୍ତାନର ଗୃହମନ୍ତ୍ରୀ
SHARE NOW :

କାବୁଲ, ସେପ୍ଟେମ୍ବର ୮.୯ ( ଲାଇଭ୍‌ ଓଡିଶା ଟିଭି): କୁଖ୍ୟାତ ଆତଙ୍କବାଦୀ ସଂଗଠନ ହକ୍କାନୀ ନେଟୱର୍କର ସିରାଜୁଦ୍ଦୀନ ହକ୍କାନୀଙ୍କୁ ଆଫଗାନିସ୍ତାନରଗୃହମନ୍ତ୍ରୀ କରିଛି ତାଲିବାନ ସରକାର । ହକ୍କାନୀ ପୂର୍ବରୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ପଦ ପାଇବାକୁ ଆଶା ରଖିଥିଲେ । ଏହି ପଦ ପାଇଁ ତାଙ୍କର ମୁଲ୍ଲା ଉମରଙ୍କ ପୁଅ ମୁଲ୍ଲା ୟାକୁବ ଏବଂ ତାଲିବାନର ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଗନୀ ବରାଦରଙ୍କ ସହିତ ଝଗଡ଼ା ମଧ୍ୟ ହୋଇଥିଲା । ବହୁ ସମୟ ପର୍ଯ୍ୟନ୍ତ ବୁଝାସୁଝା କରିବା ପରେ ଗୃହମନ୍ତ୍ରୀ ପଦ ପାଇଁ ତାଙ୍କୁ ଚୟନ କରାଯାଇଛି ।


ଭାରତକୁ ୧ ନମ୍ବର ଶତ୍ରୁ ମନେ କରୁଥିବା ସିରାଜୁଦ୍ଦୀନ ହକ୍କାନୀ ଆମେରିକୀୟ ତଦନ୍ତ ସଂସ୍ଥା ‘ଏଫବିଆଇ’ର ହିଟଲିଷ୍ଟରେ ସାମିଲ ରହିଛି । ଆମେରିକା ସରକାର ଏହି ଆତଙ୍କବାଦୀ ନାଁରେ ୫ ମିଲିୟନ ଡଲାର ପୁରସ୍କାର ରଖିଛି ଯାହା କି (ଭାରତୀୟ ମୁଦ୍ରା ଅନୁସାରେ ପାଖାପାଖି ୩୬ କୋଟି ଟଙ୍କା) ଅଟେ । ଆଇଏସଆଇର ସିରାଜୁଦ୍ଦୀନ ହକ୍କାନୀ ଅନେକ ଥର ଆଫଗାନ ସରକାର, ସେନା, ବିଦେଶୀ କୁଟନୀତିଜ୍ଞ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ଆତଙ୍କବାଦୀ ଆକ୍ରମଣ କରିଆସିଛି ।


ଜଲାଲୁଦ୍ଦୀନ ହକ୍କାନୀଙ୍କ ମୃତ୍ୟୁ ପରେ ପୁଅ ସିରାଜୁଦ୍ଦୀନ ହକ୍କାନୀ, ହକ୍କାନୀ ନେଟୱର୍କର ଦାୟିତ୍ୱ ନେଇଥିଲେ । ହକ୍କାନୀ ସମୂହ ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ତାଲିବାନର ଆର୍ଥିକ ଏବଂ ସେନା ସଂପତ୍ତିର ଦେଖାରେଖା କରିଥାଏ ।

Leave a Reply

Your email address will not be published. Required fields are marked *

Related Posts