FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ଆସନ୍ତାକାଲିଠାରୁ ଦିଲ୍ଲୀରେ ଅନଲକ୍

ଆସନ୍ତାକାଲିଠାରୁ ଦିଲ୍ଲୀରେ ଅନଲକ୍

ଆସନ୍ତାକାଲିଠାରୁ ଦିଲ୍ଲୀରେ ଅନଲକ୍
SHARE NOW :


ଦିଲ୍ଲୀ(ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ଦେଶରେ କରୋନା ସ୍ଥିତରେ ସୁଧାର ଆସିବା ପରେ ଆସନ୍ତାକାଲିଠାରୁ ଦିଲ୍ଲୀରେ ଅନଲକ ହେବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।ଦିଲ୍ଲୀରେ ଏବେ ସଂକ୍ରମଣ ହାର ତଳମୁହାଁ ହେଉଥିବାରୁ ଏଭଳି ନିଷ୍ପତି ନେଇଛନ୍ତି ଦିଲ୍ଲୀ ସରକାର । ଅନଲକ୍ ୩ ର ଗାଇଲାଇନ୍ ଅନୁସାରେ ଦିଲ୍ଲୀର ସମସ୍ତ ଦୋକାନ, ବଜାର ,ମଲ୍ , ଓ ମାର୍କେଟ କମ୍ପେ୍ଲକ୍ସ ସକାଳ ୧୦ ଟାରୁ ରାତି ୮ ଟା ଯାଏ ଖୋଲାରହିବ । ୫୦ ପ୍ରତିଶତ ଗ୍ରାହକଙ୍କ ବସିବା କ୍ଷମତାକୁ ନେଇ ରେଷ୍ଟ୍ରୃରାଟ ଗୁଡ଼ିକ ଖୋଲାଯିବ ।ଘରୋଇ କାର୍ଯ୍ୟାଳୟ ଗୁଡ଼ିକ ସକାଳ ୯ ଟାରୁ ସନ୍ଧ୍ୟା ୫ ଟା ଯାଏ ଖୋଲା ରହିବ ।ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଶତପ୍ରତିଶତ ଗ୍ରୁପ୍ ଏ ଅଧିକାରୀ ଓ ୫୦ ପ୍ରିତିଶତ ଅନ୍ୟ କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟ ଗୁଡ଼ିକ ଖୋଲାରହିବ । ପୂର୍ବ ପରି ଅତ୍ୟାବଶ୍ୟକ ସେବା ଜାରି ରହିବ । ଘରେ କିମ୍ବା କୋର୍ଟରେ ୨୦ ଜଣ ସଦସ୍ୟଙ୍କୁ ନେଇ ବିବାହ କାର୍ଯ୍ୟକୁ ଅନୁମତି ମିଳିବ । ଧାର୍ମିକ ଅନୁଷ୍ଠାନ ଗୁଡ଼ିକ ଖୋଲିବାକୁ ଥିଲେ ଭକ୍ତମାନଙ୍କୁ ଯିବାକୁ ବାରଣ କରାଯାଇଛି ।କିନ୍ତୁ ଏବେ ଶିକ୍ଷାନୁଷ୍ଠାନ , ସାମାଜିକ ,ରାଜନୈତିକ , କ୍ରିଡ଼ା , ସାସ୍କୃତିକ ,ପାର୍କ .ସିନେମା ହଲ , ସ୍ପା,ଜିମ୍ ଗୁଡ଼ିକ ବନ୍ଦ ରହିବ ।ତେବେ ଏହି ଅନଲକ୍ ପରେ ଯଦି ଦିଲ୍ଲୀରେ କରୋନା ମାମଲା ବୃଦ୍ଧି ପାଏ ତେବେ କିଛିଟା ପ୍ରତିବନ୍ଧକ ଲାଗୁ କରାଯିବ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ ।

Leave a Reply

Your email address will not be published. Required fields are marked *

Related Posts