FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ଆସିଲା ଫୋର୍ବସ ଧନୀ ତାଲିକା: ପ୍ରଥମ ସ୍ଥାନରେ ଅମ୍ବାନୀ

ଆସିଲା ଫୋର୍ବସ ଧନୀ ତାଲିକା: ପ୍ରଥମ ସ୍ଥାନରେ ଅମ୍ବାନୀ

ଆସିଲା ଫୋର୍ବସ ଧନୀ ତାଲିକା: ପ୍ରଥମ ସ୍ଥାନରେ ଅମ୍ବାନୀ
SHARE NOW :

ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ):କରୋନା କାଳରେ ହଜାର ହଜାର ଲୋକ ନିଜର ଜୀବିକା ଓ ରୋଜଗାର ହରାଇଥିବା ବେଳେ ଧନୀ ମାନେ ହୋଇଛନ୍ତି ଆହୁରି ଧନୀ । ଏହାରି ମଧ୍ୟରେ ବିଜନେସ୍ ମାଗାଜିନ୍ ଫୋର୍ବସ ୨୦୨୧ରେ ଭାରତର ୧୦୦ ଧନୀଙ୍କ ତାଲିକା ପ୍ରକାଶ ପାଇଛି । ଧନୀ ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀ।

ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ୩୦ ହଜାର କୋଟି ଟଙ୍କା ବୃଦ୍ଧି ହୋଇଛି ଯାହାକି ପ୍ରାୟ ୭ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଧନୀ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ଗୌତମ ଅଦାନୀ । ଅଦାନୀଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ୫ ଲକ୍ଷ ୬୦ ହଜାର କୋଟି ଟଙ୍କା ହୋଇଛି । ସେହିପରି ତୃତୀୟ ସ୍ଥାନରେ ରହିଛନ୍ତି ଏଚିସିଏଲର ମାଲିକ ଶିବ ନାଦାର, ଯାହାଙ୍କର ସମ୍ପତ୍ତି ମୂଲ୍ୟ ପ୍ରାୟ ୨ ଲକ୍ଷ ୩୨ ହଜାର କୋଟି ଟଙ୍କା ରହିଛି । ଫୋର୍ବସ୍ ଧନୀ ତାଲିକାର ଚତୁର୍ଥ ସ୍ଥାନରେ ଅଛନ୍ତି ଏଭିନିୟୁ ସୁପର ମାର୍ଟସର ମାଲିକ ରାଧାକିଷନ୍ ଦମାନୀ । ତାଙ୍କର ସମ୍ପତିର ମୂଲ୍ୟ ହେଉଛି ୨ ଲକ୍ଷ ୨୦ ହଜାର କୋଟି ଟଙ୍କା । ପଂଚମ ସ୍ଥାନରେ ଅଛନ୍ତି, ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କମ୍ପାନୀର ମାଲିକ ସାଇରସ ପୁନାୱାଲା । ତାଙ୍କର ସମ୍ପତିର ମୂଲ୍ୟ ହେଉଛି ୧ ଲକ୍ଷ ୪୨ ହଜାର କୋଟି ଟଙ୍କା ।

Leave a Reply

Your email address will not be published. Required fields are marked *

Related Posts