FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ଇନୋଭେସନ୍ ଅର୍ଗାନାଇଜେସନ୍‌କୁ ୪୯୮. ୮ କୋଟିର ସହାୟତା

ଇନୋଭେସନ୍ ଅର୍ଗାନାଇଜେସନ୍‌କୁ ୪୯୮. ୮ କୋଟିର ସହାୟତା

ଇନୋଭେସନ୍ ଅର୍ଗାନାଇଜେସନ୍‌କୁ ୪୯୮. ୮ କୋଟିର ସହାୟତା
SHARE NOW :

ଦିଲ୍ଲୀ(ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ଭାରତରେ ପ୍ରତିରକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଇନୋଭେସନ୍ ଅର୍ଗାନାଇଜେସନ୍‌କୁ ୪୯୮. ୮ କୋଟିର ସହାୟତା ପ୍ରଦାନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏରୋସ୍ପେସ୍ କ୍ଷେତ୍ରରେ ଅତ୍ମନିର୍ଭରଶୀଳତା ଏବଂ ସ୍ୱଦେଶୀକରଣ ମୂଳ ଉଦେଶ୍ୟ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭରଶୀଳ ଅଭିଯାନକୁ ଏହି ବଜେଟ୍ ସହାୟତା ଏକ ବଡ଼ ଉତ୍ସ ପ୍ରଦାନ କରିବ । ପ୍ରତିରକ୍ଷା ଉତ୍ପାଦନ ବିଭାଗ ଦ୍ୱାରା ସୃଷ୍ଟି ପ୍ରତିରକ୍ଷା , ଏରୋସ୍ପେସ୍ କ୍ଷେତ୍ରରେ ଅଧିକ ଉନ୍ନତି ଏବଂ ପ୍ରଯୁକ୍ତି ବିଦ୍ୟା ବିକାଶ ପାଇଁ ଏକ ଇକୋସିଷ୍ଟମ ସୃଷ୍ଟି କରିବାର ଉଦ୍ଦେଶ୍ୟ ରହିଛି । ଯାହା ଏମଏସ୍‌ଏଇ , ଷ୍ଟାର୍ଟ ଅପ୍ ,ବ୍ୟକ୍ତିଗତ ଉ୍‌ଦ୍ଭାବକ ,ଆର ଆଣ୍ଡ ଡି ଅନୁଷ୍ଠାନ ଏବଂ ଏମକାଡାମୀ ବିକାଶ ପାଇଁ ସେମାନଙ୍କୁ ଅନୁଦାନ ଏବଂ ଅନ୍ୟାନ୍ୟ ସହାୟତା ପ୍ରଦାନ କରିବ । ଫଳରେ ଭବିଷ୍ୟତରେ ପ୍ରତିରକ୍ଷା ଓ ଏରୋସ୍ପେସ୍ ବିକାଶ ସମ୍ଭବ ହୋଇପାରିବ ।

Leave a Reply

Your email address will not be published. Required fields are marked *

Related Posts