- Home
- »
- Breaking News
- »
- ଉତ୍ତରାଖଣ୍ଡରେ ପାହାଡ ତଳକୁ ଖସିଲା ବସ୍: ୧୨ ମୃତ୍ୟୁ
ଉତ୍ତରାଖଣ୍ଡରେ ପାହାଡ ତଳକୁ ଖସିଲା ବସ୍: ୧୨ ମୃତ୍ୟୁ

SHARE NOW :
ଡେରାଡୁନ୍(ଲାଇଭ ଓଡିଶା ନ୍ୟୁଜ): ଉତ୍ତରାଖଣ୍ଡରେ ବଡ଼ ଧରଣର ସଡ଼କ ଦୁର୍ଘଟଣା । ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ବସଟି ବିକାଶନଗର ଯାଉଥିବା ବେଳେ ଚକରାତା ତହସିଲ ଅନ୍ତର୍ଗତ ବାୟଲା ଗାଁ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ତକରାତା ଏସଡିଏମ୍, ପୋଲିସ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି । ବସରେ ପାଖାପାଖି ୨୫ ଜଣ ଯାତ୍ରୀ ଥିବା ସୂଚନା ମିଳିଛି । ଏହି ରୁଟରେ ଅଧିକ ବସ୍ ଚଳାଚଳ କରୁ ନଥିବାରୁ ଗୋଟିଏ ବସରେ କ୍ଷମତାଠାରୁ ଅଧିକ ଯାତ୍ରୀ ଯାଉଥିଲେ ବୋଲି କୁହାଯାଉଛି ।