- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ଏନ୍ସିବି ଆଗରେ ସତ ମାନିଲେ ଆର୍ଯ୍ୟନ୍
ଏନ୍ସିବି ଆଗରେ ସତ ମାନିଲେ ଆର୍ଯ୍ୟନ୍

SHARE NOW :
ମୁମ୍ବାଇ(ଲାଇଭ ଓଡିଶା ନ୍ୟୁଜ): ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଛନ୍ତି ବଲିଉଡ ବାଦ୍ଶାହଙ୍କ ପୁଅ ଆର୍ଯ୍ୟନ୍ ଖାନ୍ । ଶନିବାର ରେଭ୍ ପାର୍ଟିରେ ସାମିଲ ହେବା ଅଭିଯୋଗରେ ସେ ଧରାପଡିଥିଲେ । ଖବର ପାଇ ରବିବାର ତାଙ୍କୁ ଏନ୍ସିବି ଗିରଫ କରିବା ପରେ ପଚତା ଉଚରା ଜାରି ରଖିଛି । ଡ୍ରଗ୍ସ ସେବନ କରୁଥିବା ନେଇ ଏନସିବିର ଆଗରେ ନିଜ ମୁହଁ ଖୋଲିଛନ୍ତି ଆର୍ଯ୍ୟନ୍ । ବର୍ଷେ କି ଦୁଇ ବର୍ଷ ନୁହେଁ, ବିଗତ ୪ବର୍ଷ ହେବ ସେ ଡ୍ରଗ୍ସ ସେବନ କରୁଥିବା ନେଇ ସ୍ୱୀକାର କରିଛନ୍ତି । ଭାରତ ବାହାରେ ୟୁକେ,ଦୁବାଇ,ଏବଂ ଅନ୍ୟ ଦେଶରେ ମଧ୍ୟ ସେ ଡ୍ରଗ୍ସ ନେଇଥିବା କଥା ମାନିଛନ୍ତି । କେବଳ ଏତିକି ନୁହେଁ ସେ ଡ୍ରଗ୍ସ କିଣା ବିକାରେ ମଧ୍ୟ ସାମିଲ ଥିବା କଥା ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ, ଉକ୍ତ ଡ୍ରଗ୍ସ ଲିଙ୍କରେ ସଂମ୍ପୃକ୍ତ ଥିବା ସମସ୍ତଙ୍କ ଫୋନ ଏନସିବି ଜବତ କରିବା ସହ ମ୍ୟାସେଜ ସବୁର ଖୋଳତାଡ କରିଥିଲା । ଯାଞ୍ଚ ସମୟରେ ଆର୍ଯ୍ୟନ୍ ଡ୍ରଗ୍ ପେଡଲର ଏବଂ ଡ୍ରଗ୍ସ ସପ୍ଲାଏର ସହ ଲିଙ୍କରେ ଥିବା କଥା ସାମ୍ନାକୁ ଆସିଛି ।
ଏହି ସମୟରେ, ଆଇନଗତ ପ୍ରକ୍ରିୟା ଅନୁସାରେ ଏନସିବି ଆର୍ଯ୍ୟନଙ୍କୁ ତାଙ୍କ ବାପା ଶାହାରୁଖ ଖାନଙ୍କ ସହ ଲ୍ୟାଣ୍ଡଲାଇନ ଫୋନରୁ ପ୍ରାୟ ୨ମିନିଟ କଥାବାର୍ତ୍ତା କରାଇଛି ।