FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. କଂଗ୍ରେସରେ ଯୋଗ ଦେବେ ଜିଗ୍ନେଶ ମେୱାନି ଓ କହ୍ନେୟା କୁମାର!

କଂଗ୍ରେସରେ ଯୋଗ ଦେବେ ଜିଗ୍ନେଶ ମେୱାନି ଓ କହ୍ନେୟା କୁମାର!

କଂଗ୍ରେସରେ ଯୋଗ ଦେବେ ଜିଗ୍ନେଶ ମେୱାନି ଓ କହ୍ନେୟା କୁମାର!
SHARE NOW :

ନୂଆଦିଲ୍ଲୀ(ଲାଇଭ୍ ଓଡିଶା ନ୍ୟୁଜ୍‌): ସିପିଆଇ ନେତା ତଥା ପୂର୍ବତନ ଜେଏନୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ସ୍ୱାଧୀନ ବିଧାୟକ ଜିଗ୍ନେଶ ମେୱାନି ଆସନ୍ତା ୨୮ରେ କଂଗ୍ରେସରେ ଯୋଗ ଦେଇପାରନ୍ତି । ଜିଗ୍ନେଶ ଓ କହ୍ନେୟା କୁମାରଙ୍କ ଭଳି ଯୁବ ଚେହେରାଙ୍କୁ ଦଳରେ ସାମିଲ କରି ଗୁଜୁରାଟରେ ନିଜ ଶକ୍ତି ବଢାଇବାକୁ ଚାହୁଁଛି କଂଗ୍ରେସ। । ଇତିମଧ୍ୟରେ କହ୍ନେୟା କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଭେଟି କଂଗ୍ରେସରେ ଯୋଗଦାନ ନେଇ ସବିଶେଷ ଆଲୋଚନା କରିଥିବା ଜାଣିବାକୁ ମିଳିଛି।


ସେହିଭଳି ଆସନ୍ତାବର୍ଷ ଗୁଜୁରାଟରେ ନିର୍ବାଚନ ହେବାକୁ ଥିବା ବେଳେ ଜିଗ୍ନେଶ ଓ କହ୍ନେୟାଙ୍କୁ ଦଳରେ ସାମିଲ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଆଉ ଜିଗ୍ନେଶଙ୍କ ପକ୍ଷରୁ ମଧ୍ୟ କଂଗ୍ରେସରେ ସାମିଲ ହେବା ନେଇ ଗ୍ରିନ୍ ସିଗନାଲ ମିଳିଥିବା କୁହାଯାଉଛି।


ପଟିଦାର ଆନ୍ଦୋଳନରୁ ନିଜର ରାଜନୈତିକ ଯାତ୍ର୍ରା ଆରମ୍ଭ କରିଥିବା ଜିଗ୍ନେଶ ୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନରେ ସ୍ୱାଧୀନ ଭାବେ ଲଢି ବିଜୟୀ ହୋଇଥିଲେ। ଅନ୍ୟପଟେ ଗତ ୨୦୧୯ରେ ବିହାରର ବେଗୁସରାଇ ଆସନରୁ ସିପିଆଇ ଟିକେଟରୁ ଲୋକସଭା ନିର୍ବାଚନ ଲଢି ହାରି ଯାଇଥିଲେ କହ୍ନେୟା।

Leave a Reply

Your email address will not be published. Required fields are marked *

Related Posts