FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. କଂଗ୍ରେସ ଛାଡିବେ କ୍ୟାପଟେନ ଅମରିନ୍ଦର ସିଂହ!

କଂଗ୍ରେସ ଛାଡିବେ କ୍ୟାପଟେନ ଅମରିନ୍ଦର ସିଂହ!

କଂଗ୍ରେସ ଛାଡିବେ କ୍ୟାପଟେନ ଅମରିନ୍ଦର ସିଂହ!
SHARE NOW :

ପଞ୍ଜାବ(ଲାଇଭ୍ ଓଡିଶା ନ୍ୟୁଜ୍): ପଞ୍ଜାବ କଂଗ୍ରେସ କନ୍ଦଳ ଶେଷ ହେବା ନେଇ ନାଁ ଧରୁନାହିଁ। ଏହାରି ଭିତରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ଆସିଛି ବଡ ବୟାନ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ସାକ୍ଷାତ ହେବାର ଗୋଟିଏ ଦିନ ପରେ କ୍ୟାପଟେନ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ସେ ଆଉ କଂଗ୍ରେସରେ ରହିବେ ନାହିଁ ବୋଲି କହିଛନ୍ତି। ଏଥିସହ ବିଜେପିରେ ମିଶିବେ ନାହିଁ ବୋଲି ମଧ୍ୟ କ୍ୟାପଟେନ ଅମରିନ୍ଦର ସ୍ପଷ୍ଟ କରିଛନ୍ତି।


“ମୁଁ ୫୨ ବର୍ଷ ଧରି ରାଜନୀତିରେ ରହିଆସିଛି। ମୋତେ ଯେଉଁଭଳି ବ୍ୟବହାର କରାଯାଇଛି। ସକାଳ ୧୦.୩୦ ରେ କଂଗ୍ରେସ ସଭାପତି ମୋତେ କହିଛନ୍ତି ତୁମେ ଇସ୍ତଫା ଦିଅ। ଅପରାହ୍ନ ୪ ଟାରେ ମୁଁ ରାଜ୍ୟପାଳଙ୍କ ନିକଟକୁ ଯାଇ ଇସ୍ତଫା ଦେଲି। ଯଦି ଦଳରେ ୫୦ ବର୍ଷ ରହିବା ପରେ ମୋ ଉପରେ କୌଣସି ବିଶ୍ୱାସ ନାହିଁ, ପାର୍ଟିରେ ରହିବାର ମୋର କ’ଣ ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି ।
ନବଜୋତ ସିଂହ ସିଦ୍ଧୁ ଟିମ୍ ପ୍ଲେଅର ନୁହନ୍ତି। ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ଟିମ୍ ପ୍ଲେଅରର ଆବଶ୍ୟକତା ରହିଛି। ପଞ୍ଜାବରେ କଂଗ୍ରେସର ଲୋକପ୍ରିୟତା ଧୀରେ ଧୀରେ କମିବାରେ ଲାଗିଛି। ଆମ୍ ଆଦମୀ ପାର୍ଟିର ଗ୍ରାଫ୍ ଉପର ମୁହାଁ ହେଉଛି ବୋଲି ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *

Related Posts