FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. କଙ୍ଗନାଙ୍କୁ କୋର୍ଟର ଚେତାବନୀ

କଙ୍ଗନାଙ୍କୁ କୋର୍ଟର ଚେତାବନୀ

କଙ୍ଗନାଙ୍କୁ କୋର୍ଟର ଚେତାବନୀ
SHARE NOW :

ମୁମ୍ବାଇ(ଲାଇଭ୍ ଓଡିଶା ନ୍ୟୁଜ୍‌):ଟୁଇଟରରେ ସର୍ବଦା ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଏକ ମାମଲାରେ କୋର୍ଟ ଚେତାବନୀ ଦେଇଛନ୍ତି । କିଛିଦିନ ତଳେ ଗୀତିକାର ଜାବେଦ ଅଖତର ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ଏକ ମାନହାନୀ ମାମଲା ବମ୍ବେ ହାଇକୋର୍ଟରେ ଦାଖଲ କରିଥିଲେ ।


ଏହି ମାମଲାକୁ ଖାରଜ କରିବାକୁ କଙ୍ଗନାଙ୍କ ତରଫରୁ କୋର୍ଟରେ ଆବେଦନ କରାଯାଇଥିଲା । କୋର୍ଟ ଏହି ଆବେଦନକୁ ଖାରଜ କରିବା ସହ ଆଜି ଏହି ମାମଲାର ଶୁଣାଣି ପାଇଁ ମେଟ୍ରୋପଲିଟାଲ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ କଙ୍ଗନା ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କୋର୍ଟରେ ହାଜର ହୋଇ ନଥିଲେ ।


ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ହେତୁ କଙ୍ଗନାଙ୍କ ଓକିଲ କୋର୍ଟକୁ କହିଛନ୍ତି ଯେ ଯଦି ଏହି ମାମଲାର ଶୁଣାଣି ୭ ଦିନ ପରେ ହେବ ତେବେ ସେ କୋର୍ଟରେ ଉପସ୍ଥିତ ରହିପାରିବେ । ଅନ୍ୟପଟେ ପ୍ରତିପକ୍ଷ ଜାଭେଦ ଅଖତରଙ୍କ ଓକିଲ କହିଛନ୍ତି କି ଶୁଣାଣି ବିଳମ୍ବ କରିବା ଲକ୍ଷ୍ୟରେ କଙ୍ଗନା ଓକିଲଙ୍କ ମାଧ୍ୟମରେ କୋର୍ଟକୁ ମିଛ କହୁଛନ୍ତି । ୨ ପକ୍ଷର ବିତର୍କ ଶୁଣିବା ପରେ ଅଦାଲତ ଏହି ମାମଲାର ଶୁଣାଣି ସେପ୍ଟେମ୍ବର ୨୦ କୁ ଘୁଞ୍ଚାଇ ଦେବାସହ ପରବର୍ତ୍ତୀ ଶୁଣାଣି ବେଳେ ଯଦି କଙ୍ଗନା କୋର୍ଟରେ ହାଜର ନହୁଅନ୍ତି ତେବେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯିବ ବୋଲି ଅଦାଲତ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts