FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. କନ୍ୟାକୁମାରୀରେ କନ୍ୟା ଖୋଜା

କନ୍ୟାକୁମାରୀରେ କନ୍ୟା ଖୋଜା

କନ୍ୟାକୁମାରୀରେ କନ୍ୟା ଖୋଜା
SHARE NOW :

ଲାଇଭ୍ ଓଡିଶା : ବର୍ତ୍ତମାନ ଭାରତ ଯୋଡ଼ ଯାତ୍ରାରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କନ୍ୟାକୁମାରୀରୁ କାଶ୍ମୀର ଅଭିମୁଖେ ଯାତ୍ରା କରୁଛନ୍ତି । କନ୍ୟାକୁମାରୀର ମାର୍ଥାଣ୍ଡାମରେ ମନରେଗାର ମହିଳା ଶ୍ରମିକଙ୍କୁ ଭେଟିଥିଲେ ରାହୁଲ। ଆଉ ଏହି ସମୟରେ ମହିଳାମାନେ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିବାର ଜଣାପଡିଛି । ତେବେ ବିବାହ ପ୍ରସ୍ତାବ ଶୁଣି ରାହୁଲ ମୁରୁକି ମୁରୁକି ହସିଥିଲେ । କଂଗ୍ରେସ ସାଂସଦ ଜୟରାମ ରମେଶ ଏବାବଦରେ ଟ୍ୱିଟ କରି କହିଛନ୍ତି ଯେ ରାହୁଲ ମହିଳାମାନଙ୍କ ସହ ତାଙ୍କ ବିବାହ ବାବଦରେ କଥାବାର୍ତ୍ତା କରିଥିଲେ। ମିଳିଥିବା ସୂଚନା ମୁତାବକ ଶନିବାର ଅପରାହ୍ନରେ ଭାରତ ଯୋଡ଼ ଯାତ୍ରା ସମୟରେ ରାହୁଲ ମାର୍ଥାଣ୍ଡାମରେ ମନରେଗାର ମହିଳା କର୍ମୀଙ୍କୁ ଭେଟିଥିଲେ, ଯେଉଁଥିରେ ମହିଳାମାନେ ରାହୁଲ ଗାନ୍ଧୀଙ୍କ ସହ ତାଙ୍କ ବିବାହ ବିଷୟରେ ଆଲୋଚନା କରିଥିଲେ। ରାହୁଲ ଗାନ୍ଧୀ ତାଙ୍କ ବିବାହ ବିଷୟରେ ଶୁଣିବା ପରେ ବହୁତ ଖୁସି ମନେ ହେଉଥିଲେ। ମହିଳାମାନେ ରାହୁଲଙ୍କୁ କହିଥିଲେ ଯେ, ସେମାନେ ଜାଣନ୍ତି ଯେ ରାହୁଲ ଗାନ୍ଧୀ ତାମିଲନାଡୁକୁ ବହୁତ ଭଲ ପାଆନ୍ତି। ତେଣୁ ରାହୁଲଙ୍କ ବିବାହ ପାଇଁ ଜଣେ ତାମିଲ ଝିଅର ବ୍ୟବସ୍ଥା କରିଦେବେ ବୋଲି ମହିଳାମାନେ କହିଥିଲେ ଜ୍ଝ
ଉଲ୍ଲେଖଥାଉ କି ଗତକାଲି ରାହୁଲ ଏସିଆର ପ୍ରଥମ ମହିଳା ବସ୍ ଡ୍ରାଇଭର ଏମ ବସନ୍ତକୁମାରୀଙ୍କୁ ମଧ୍ୟ ଭେଟିଥିଲେ । ବସନ୍ତକୁମାରୀ ୨୩ ବର୍ଷରୁ ଅଧିକ ସମୟ ଧରି ବସ୍ ଚଳାଉଛନ୍ତି । ଚେନ୍ନାଇର ବସନ୍ତକୁମାରୀ ମହିଳା ସଶକ୍ତିକରଣରେ ଏକ ଜଣାଶୁଣା ନାମ। ଆର୍ଥିକ ସ୍ଥିତି ଖରାପ ହେବାରୁ ଯଦିଓ ସେ ଗାଡି ଚଳାଇବା ଆରମ୍ଭ କରିଥିଲେ, କିନ୍ତୁ ପରେ ଗାଡି ଚଳାଇବା ତାଙ୍କର ନିଶାରେ ପରିଣତ ହୋଇଯାଇଥିଲା ।

Leave a Reply

Your email address will not be published.

Related Posts