FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. କେରଳରେ ଭୂସ୍ଖଳନ, ୧୮ମୃତ ଓ ଅନେକ ନିଖୋଜ

କେରଳରେ ଭୂସ୍ଖଳନ, ୧୮ମୃତ ଓ ଅନେକ ନିଖୋଜ

କେରଳରେ ଭୂସ୍ଖଳନ, ୧୮ମୃତ ଓ ଅନେକ ନିଖୋଜ
SHARE NOW :

କେରଳ(ଲାଇଭ ଓଡିଶା ନ୍ୟୁଜ): ପ୍ରବଳ ବର୍ଷାରେ ନୟାନ୍ତ କେରଳବାସୀ । ଲଗାଣ ବର୍ଷାରେ ଭୂସ୍ଖଳନ ହୋଇ ନିଶ୍ଚିହ୍ନ ହୋଇଯାଇଛି ଗୋଟିଏ ପରିବାର । ଏହାସହ ଅନ୍ୟାନ୍ୟ ଜାଗାରେ ମଧ୍ୟ ଭୂସ୍ଖଳନ ହୋଇ ୧୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ନିଖୋଜ ଆଛନ୍ତି ଓ ଏହାସହ ବହୁ କ୍ଷୟକ୍ଷତି ହୋଇଛି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଏଳସଙ୍ଗରେ କୋଟାୟମ ଏବଂ ଇଙ୍ଗୁକି ଜିଲ୍ଲାର ୪ଟି ସ୍ଥାନରେ ଭୂସ୍ଖଳନ ହୋଇଛି । କୋଟ୍ଟାୟମର କୁଟିକଲରେ ଘରେ ଗୋଟେ ପରିବାର ଥିବା ବେଳେ ପାହାଡରୁ ବର୍ଷାପାଣି ଓ ଆର୍ବଜନା ପାଣି ମାହି ଆସିବାରୁ ଘର ପୋତି ହୋଇଯାଇଥିଲା । ଫଳରେ ଭିତରେ ଥିବା ବୁଢୀ ମା, ସ୍ୱାମୀ, ସ୍ତ୍ରୀ ଓ ୪ଛୁଆ ପ୍ରାଣ ହରାଇଛନ୍ତି । ସେହିପରି ଆଉ ୩ଟି ଘର ମଧ୍ୟ ଭାସିଯାଇଛି । ତେବେ ଉଦ୍ଧାର କାର‌୍ୟ୍ୟ ଲାଗି ରାଜ୍ୟ ସରକାର ଏନ୍ଡିଆର୍ଏଫ୍, ସ୍ଥଳସେନା ଓ ବାୟୁସେନାର ସାହାଯ୍ୟ ଲୋଡ଼ିଛନ୍ତି। ଏମ୍-୧୭ ଏବଂ ସାରଙ୍ଗ ହେଲିକପ୍ଟରକୁ ପ୍ରସ୍ତୁତ କରି ରଖାଯାଇଛି। ସେହିପରି ସୁଲୁରରେ ବାୟୁସେନା ମଧ୍ୟ ଉଦ୍ଧାର କାର‌୍ୟ୍ୟ କରିବା ଲାଗି ପ୍ରସ୍ତୁତ ହୋଇ ରହିଛି। ସ୍ଥଳସେନାର ଗୋଟିଏ ଟିମ୍ ଯବାନ କୋଟ୍ଟାୟମରେ ମଧ୍ୟ ଉଦ୍ଧାର କାର‌୍ୟ୍ୟ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ସେପଟେ କୋଚି ନାଭାଲ୍ ବେସ୍ରେ ନୌସେନା ଯବାନ ମଧ୍ୟ ଉଦ୍ଧାର କାର‌୍ୟ୍ୟରେ ସହଯୋଗ କରିବା ଲାଗି ମହଜୁଦ ଅଛନ୍ତି। ବର୍ଷା ବିତ୍ପାତରେ ଅନେକ ଲୋକ ଆହତ ହୋଇଛନ୍ତି। ଦୁଇ ଦିନ ଧରି ବର୍ଷା ଯୋଗୁଁ କେରଳର ପ୍ରାୟ ସମସ୍ତ ଡ୍ୟାମରେ ପାଣି ଉପରକୁ ଉଠିଚି। ଡ୍ୟାମ୍ରେ ଜଳ ପତ୍ତନ ନିୟନ୍ତ୍ରଣରେ ରଖିବା ଲାଗି ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ତଳିଆ ଅଞ୍ଚଳରେ ସ୍ଥିତି ଆହୁରି ସଂଗୀନ ହେବ ବୋଲି ଅନୁମାନ କରାଯାଉଛି। ସେପଟେ ମୁଖ୍ୟମନ୍ତ୍ରୀ ପରିସ୍ଥିତିର ସମୀକ୍ଷା କରିବା ସହ ସ୍ଥିତି ଉଦବେଗଜନକ ଥିବା କହିଛନ୍ତି। ରାଜ୍ୟ ସମବାୟ ମନ୍ତ୍ରୀ ବି. ଏନ. ବାସବନ ଭୂସ୍ଖଳନ ସ୍ଥଳକୁ ଯାଇ ବୁଲି ଦେଖିଛନ୍ତି। ଏହାସହ ଉଦ୍ଧାର କାର‌୍ୟ୍ୟର ତଦାରଖ କରିଛନ୍ତି।

Leave a Reply

Your email address will not be published. Required fields are marked *

Related Posts