FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ଖୁବ ଶୀଘ୍ର କ୍ଲିନିକାଲ ପରୀକ୍ଷା ହେବ ଭାରତ ବାୟୋଟେକ ନେଜଲ ଭ୍ୟାକ୍ସିନ

ଖୁବ ଶୀଘ୍ର କ୍ଲିନିକାଲ ପରୀକ୍ଷା ହେବ ଭାରତ ବାୟୋଟେକ ନେଜଲ ଭ୍ୟାକ୍ସିନ

ଖୁବ ଶୀଘ୍ର କ୍ଲିନିକାଲ ପରୀକ୍ଷା ହେବ ଭାରତ ବାୟୋଟେକ ନେଜଲ ଭ୍ୟାକ୍ସିନ
SHARE NOW :

ନୂଆଦିଲ୍ଲୀ, ୯.୯ (ଲାଇଭ୍ ଓଡିଶା ନ୍ୟୁଜ୍‌): କରୋନା ଭାଇରସର ୨ୟ ଲହର ଲୋକଙ୍କୁ ଦ୍ୱନ୍ଦରେ ପକାଉଥିବା ବେଳେ କେତେବେଳ ଏହାର ସଂଖ୍ୟା ବଢୁଛି ତ ପୁଣି ହଠାତ ହ୍ରାସ ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥଙ୍କ ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି । ଏହି ସମୟ ମଧ୍ୟରେ ଦେଶରେ ୪୩ ହଜାର ୪୦୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୪୦ ହଜାର ୬୨୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ୩୩୯ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ମଧ୍ୟ ହୋଇଛି ।

ସୂତ୍ର ଅନୁସାରେ ଭାରତ ବାୟୋଟେକ୍ ନେଜଲ କରୋନା ଟିକାର ୨ୟ ଏବଂ ୩ୟର ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଦିଲ୍ଲୀସ୍ଥିତ ଏମ୍ସରେ ହେବାକୁଯାଉଛି।

କଂପାନୀର କହିବା ଅନୁସାରେ ଶିଶୁ ଏବଂ ବୟସ୍କମାନଙ୍କ ପାଇଁ ଏହି ଟିକା ଆଶୀର୍ବାଦ ସ୍ୱରୂପ ହେବ । ତେବେ କଂପାନୀ ତରଫରୁ ଏହି ଟିକାର ପରୀକ୍ଷା କେବେ ଠାରୁ ହେବ, ସେନେଇ କିଛି ଜଣାପଡ଼ି ନାହିଁ । କିନ୍ତୁ ନେଜଲ ଟିକା ଖୁବ୍ ଶୀଘ୍ର ପରୀକ୍ଷା ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ ଜଣାଇଛି ।

Leave a Reply

Your email address will not be published. Required fields are marked *

Related Posts