ଗୋଟିଏ ପରିବାରର ୫ ଜଣଙ୍କ ଆତ୍ମହତ୍ୟା

SHARE NOW :
ବେଙ୍ଗାଲୁରୁ(ନୀଳାଚଳ ନ୍ୟୁଜ): ବେଙ୍ଗାଲୁରୁରେ ଘଟିଛି ଏକ ଅଭାବନୀୟ ଘଟଣା । ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତଦେହ ସେମାନଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି। ପ୍ରାଣ ହରାଇବାର ୩ ଦିନ ପରେ ମୃତଦେହ ଗୁଡ଼ିକୁ ଉଦ୍ଧାର କରାଯାଇଥିବା ବେଳେ ଏକ ୨ ବର୍ଷର ଶିଶୁକନ୍ୟାକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେମାନଙ୍କ ଭିତରୁ ଏକ ୯ ମାସର ଶିଶୁପୁତ୍ର ଭୋକରେ ପ୍ରାଣ ହରାଇଥିବା ଜଣାପଡିଛି । ପରିବାରର ସମସ୍ତ ସଦସ୍ୟ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ଗତ ଶୁକ୍ରବାର ଘରର ମୁଖ୍ୟ ଏଚ୍ ଶଙ୍କର ତାଙ୍କର ବେଙ୍ଗାଲୁରୁ ସ୍ଥିତ ଘରକୁ ଫେରିଥିଲେ। ଫେରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ସୂଚନା ମୁତାବକ ତାଙ୍କ ଝିଅ ସହିତ ତାଙ୍କର ପାଟିତୁଣ୍ଡ ହୋଇଥିଲା, ସେ ୫ ଦିନ ପୂର୍ବେ ଘର ଛାଡ଼ି ପଳାଇଥିଲେ। । କିଛିଦିନ ପରେ ପରିବାର ଲୋକଙ୍କୁ ସେ ଫୋନ୍ କରି ଥିଲେ। କିନ୍ତୁ କେହି ଫୋନ୍ ଉଠାଇ ନଥିଲେ। କିଛି ଅଘଟଣ ଆଶଙ୍କା କରି ସେ ଶୁକ୍ରବାର ଘରକୁ ଫେରି ଆସିଥିଲେ।
ଘରକୁ ଫେରିବା ପରେ ଏଚ୍ ଶଙ୍କର ତାଙ୍କ ପତ୍ନୀ, ପୁଅ ଓ ଦୁଇ ଝିଅଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ। ତଦନ୍ତ ପରେ ତାଙ୍କର ୯ମାସର ନାତି ଜଣଙ୍କ ଭୋକରେ ପ୍ରାଣ ହରାଇଥିବା ଜଣାପଡିଛି । କେବଳ ୨ ବର୍ଷର ନାତୁଣୀ ଜୀବିତ ଥିବା ପୁଲିସ୍ କହିଛି। ଶବ ଗୁଡ଼ିକର ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ୍ ସୂଚନା ଦେଇଛି